WTC FINAL : ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଚମ୍ପିଆନ୍‌ସିପ୍‌

ନୂଆଦିଲ୍ଲୀ: ୨ ବର୍ଷ ତଳେ ମଧ୍ୟ ଇଂଲଣ୍ଡରେ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ଖେଳିଥିଲା। ଭାରତକୁ ୮ ୱିକେଟରେ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା। କ୍ରମାଗତ ୨ୟ ଥର ଫାଇନାଲ ଖେଳିବାକୁ ଯାଉଥିବା ଭାରତ ଏଥର ଟ୍ରଫି ଜିତିବାର ପ୍ରୟାସ କରିବ। ଗତ ୨ ବର୍ଷରେ ଟେଷ୍ଟମ୍ୟାଚ୍‌ରେ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ଉଭୟ ଦଳ ଟେଷ୍ଟ କ୍ରିକେଟ୍‌ର ଶ୍ରେଷ୍ଠ ପୁରସ୍କାର ପାଇବାକୁ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି।