ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ କରୋନା କଟକଣା କୋହଳ ହୋଇଥିବା ବେଳେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ତାଲିକାରେ ନୂଆ ଆକ୍ରାନ୍ତ ଏବଂ ମୃତକ ଯୋଡ଼ି ହୋଇଚାଲିଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୧୦ ରୋଗୀଙ୍କ ଜୀବନ ଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ୩୮୬୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୭୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୫୮୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୨୭ ହଜାର ୮୯୨ କୁ ବୃଦ୍ଧି ପାଇଛି। ଗଞ୍ଜାମ ପରେ ନୂଆ ହଟସ୍ପଟ୍ ଜିଲ୍ଲା ପାଲଟିଥିବା ଖୋର୍ଦ୍ଧାରେ ସର୍ବାଧିକ ୭୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିଭଳି କଟକରୁ ୩୮୬ ଜଣ, ଯାଜପୁରରୁ ୨୮୫ ଜଣ,ପୁରୀରୁ ୨୦୦ ଜଣ, ଝାରସୁଗୁଡାରୁ ୧୯୯ ଜଣ, ବରଗଡ଼ରୁ ୧୭୬ ଜଣ,ରାୟଗଡ଼ାରୁ ୧୫୩ ଜଣ, ମୟୂରଭଞ୍ଜରୁ ୧୨୨ ଜଣ, ଅନୁଗୁଳରୁ ୧୨୦ ଜଣ, ସୋନପୁରରୁ ୧୧୭ ବାଲେଶ୍ବରରୁ ୧୦୫ ଜଣ, ସୁନ୍ଦରଗଡ଼ରୁ ୯୬ ଜଣ, ଗଞ୍ଜାମରୁ ୯୧ ଜଣ, ଜଗତସିଂହପୁର ଓ କୋରାପୁଟରୁ ୮୬ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୮୩ ଜଣ, ସମ୍ବଲପୁରୁ ୭୭ ଜଣ, ବଲାଙ୍ଗୀରରୁ ୭୫ ଜଣ, ଭଦ୍ରକ ଓ ଢ଼େଙ୍କାନାଳରୁ ୭୪ ଜଣ ଲେଖାଏଁ, କେନ୍ଦୁଝରରୁ ୬୬ ଜଣ, ନୟାଗଡ଼ରୁ ୫୭ ଜଣ, ନୂଆପଡାରୁ ୪୮, ନବରଙ୍ଗପୁରରୁ ୪୪ ଜଣ, କଳାହାଣ୍ଡିରୁ ୨୮ ଜଣ, କନ୍ଧମାଳରୁ ୨୫ ଜଣ, ବୌଦ୍ଧରୁ ୨୨ ଜଣ, ଗଜପତିରୁ ୧୪ ଜଣ, ଦେବଗଡ଼ରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆ କରି ସେଣ୍ଟ୍ରାଲ୍ ଫୋର୍ସରୁ ୧୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଅନ୍ୟପଟେ ୧୦ ନୂଆ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩ ଜଣ, ଖୋର୍ଦ୍ଧା,କଟକ, ବାଲେଶ୍ବର, କଳାହାଣ୍ଡି, କୋରାପୁଟ, ନୟାଗଡ଼, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୪୬ ଛୁଇଁଛି। ୩୦,୯୧୯ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୬ ହଜାର ୩୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।