ମୁମ୍ବାଇ: ଆରମ୍ଭ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଟିଭି ସୋ’ ‘ବିଗ୍ ବସ୍’ର ୧୪ତମ ସଂସ୍କରଣ। ଏହା ପୂର୍ବରୁ ସାମ୍ନାକୁ ଆସିଛି ହୋଷ୍ଟ ସଲମାନ ଖାନଙ୍କ ପ୍ରଥମ ଲୁକ।
କଲର୍ସ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଥିବା ଏହି ରିୟାଲିଟି ସୋ’ର ପ୍ରୋମୋ ସାମ୍ନାକୁ ଆସିଛି। ଏହି ପ୍ରୋମୋରେ ଅଭିନେତା ତଥା ହୋଷ୍ଟ ସଲମାନ ଆଗାମୀ ସିଜନ୍ ପାଇଁ ଚଟାଣ ସଫା କରାଯାଉଥିବା ଦେଖାଯାଇଛି । ପ୍ରୋମୋରୁ ଜଣା ପଡୁଛି ଯେ, ଏହି ସିଜିନ କୋଭିଡ ନିୟମାବଳୀ ସହ ସଂଶ୍ଳିଷ୍ଟ ହୋଇଥାଇପାରେ ।
ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚ୍ୟାନେଲରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି, “ଘର ଏବଂ କାମ ମଧ୍ୟରେ ସମସ୍ତଙ୍କ ଜୀବନ ବନ୍ଦ ହୋଇଯାଇଛି। କିନ୍ତୁ ବର୍ତ୍ତମାନ ଆଉ ଚିନ୍ତା ନାହିଁ, କାରଣ ମନୋରଞ୍ଜନର ପାୱାର୍ ପ୍ୟାକ୍ ସହ ଆସୁଛି ବିଗବସ୍”।
ଖବର ଅନୁଯାୟୀ ‘ବିଗ୍ ବସ୍- ୧୪’ ସେପ୍ଟେମ୍ବର ୨୪ ରେ ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୫ ରେ ପ୍ରାରମ୍ଭିକ ପର୍ଯ୍ୟାୟ ସୁଟିଂ କରାଯିବ ଏବଂ ପ୍ରତିଯୋଗୀମାନେ ସେପ୍ଟେମ୍ବର ୨୬ରେ ବିଗ୍ ବସ୍ ହାଉସରେ ପ୍ରବେଶ କରିବେ।