ଜଳ ହିଁ ଜୀବନ। ବିଶ୍ୱର ତିନି ଭାଗ ଜଳ ଅର୍ଥାତ ତିନି ଚତୁର୍ଥାଂଶ ହେଉଛି ଜଳ। ଜୀବନ ଜଳ ବିନା ସମ୍ଭବ ହୋଇ ନଥାଏ। ବିଧି ଓ ମାତ୍ରା ପୂର୍ବକ ଜଳପାନ କଲେ, ଶରୀର ନିରୋଗ ରୁେହ। ଉଷା କାଳରେ ପାଣି, ଭୋଜନ ପରେ ତକ୍ର (ଘୋଳଦହି), ଏବଂ ସନ୍ଧ୍ୟାରେ ଗୋଦୁଗ୍ଧ ପାନ ପ୍ରଶସ୍ତ ବୋଲି ଆୟୁର୍ବେଦରେ କୁଯାଯାଇଛି। ଦିନକୁ ଦେଢ଼ ଲିଟରରୁ ତିନି ଲିଟର ପର୍ଯ୍ୟନ୍ତ ପାଣି ଆବଶ୍ୟକତା ଅନୁସାରେ ପାନ କରାଯିବା ଆବଶ୍ୟକ। ଗ୍ରୀଷ୍ମ ସମୟରେ ଏହାର ମାତ୍ରା ବଢ଼ାଯାଇ ପାରେ। ପୂର୍ବାହ୍ଣରେ ଅଧିକ ପାଣି ଅପରାହ୍ଣରେ କମ୍ ଏବଂ ରାତ୍ରିରେ କେବଳ ଆବଶ୍ୟକ ସ୍ଥଳେ ପାଣି ପିଇବା ଉଚିତ। ଛିଡ଼ା ହୋଇ ଜଳପାନ କଲେ ହାର୍ଣ୍ଣିଆ ଓ ଆଣ୍ଠୁବ୍ୟଥା ପରି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥାଏ।

ଅଜୀର୍ଣ୍ଣ ଅବସ୍ଥାରେ ପାଣି ଔଷଧ ପରି, ଜୀର୍ଣ୍ଣାବସ୍ଥାରେ ଟନିକ୍ ପରି, ଭୋଜନ ମଧ୍ୟରେ ଅଳ୍ପ ପାଣି ଅମୃତ ପରି ଓ ଭୋଜନ ପରେ ଜଳପାନ ବିଷପରି ହୋଇଥାଏ। ତେଣୁ ଭୋଜନର ଏକ ଘଣ୍ଟା ପରେ ପାଣି ପିଇବା ହିତକର ହୋଇଥାଏ। ଆବଶ୍ୟକତାଠାରୁ ଅଧÒକ କିମ୍ବା କମ୍ ପାଣି ପିଇବା ହିତକର ହୋଇନଥାଏ। ତେଣୁ ବିଧିପୂର୍ବକ ଆବଶ୍ୟକ ଜଳପାନ ଆରୋଗ୍ୟଦାୟକ।