୩୦ ଜିଲ୍ଲାରୁ ୩୬୪୫ ପଜିଟିଭ୍

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ପୁଣି ୩୬୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୧୫୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୪୯୪ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୫୦କୁ ବୃଦ୍ଧି ପାଇଛି। ଏହାସହ ପୁଣି ୮ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୭, କଟକରୁ ୩୫୭, ପୁରୀରୁ ୨୪୬, ବରଗଡ଼ରୁ ୧୫୭, ବାଲେଶ୍ୱରରୁ ୧୫୬, ଭଦ୍ରକରୁ ୧୪୩, ମୟୁରଭଞ୍ଜରୁ ୧୩୭, ସମ୍ବଲପୁରରୁ ୧୨୭, ଯାଜପୁରରୁ ୧୧୬ ଏବଂ ଷ୍ଟେଟ୍ ପୁଲରୁ ୩୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୩୫,୯୨୮ ଛୁଇଁଛି। ଅନ୍ୟପଟେ ଏପର୍ଯ୍ୟନ୍ତ ୧,୨୨,୦୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି।

ସେହିଭଳି ୮ ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୩, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଁଏ ରହିଛନ୍ତି। ଏହାପରେ ରାଜ୍ୟରେ ମୋଟ କରୋନାଜନିତ ମୃତକଙ୍କ ସଂଖ୍ୟା ୬୪୫ରେ ପହଞ୍ଚିଛି। ରାଜ୍ୟରେ ଏଯାଁଏ ୨୫,୧୬,୪୫୭ଟି ନମୂନା ପରୀକ୍ଷଣ ହୋଇଛି।

07:43 PM