ନୂଆଦିଲ୍ଲୀ: ଦେଶରେ ୫୨ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ଘଣ୍ଟାରେ ୯୬,୪୨୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୭୪ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଆକ୍ରାନ୍ତ ସହ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି।୨୪ଘଣ୍ଟାରେ ଦେଶରେ ୮୭୪୭୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୨ ଲକ୍ଷ ୧୪ହଜାର ୬୭୭ ରେ ପହଞ୍ଚିଛି । ଏହା ମଧ୍ୟରୁ ୧୦ ଲକ୍ଷ ୧୭ ହଜାର ୭୫୪ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୪ ହଜାର ୩୭୨ରେ ପହଞ୍ଚିଛି । ସେହିପରି ଦେଶର ମୋଟ ସୁସ୍ଥ ସଂଖ୍ୟା ୪୧ଲକ୍ଷ ୧୨ ହଜାର ୫୫୧ ରେ ପହଞ୍ଚିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୬୨% ରହିଥିବା ବେଳେ ସୁସ୍ଥ ହାର ୭୮.୮୬% ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି ।