ସଂସଦରେ ଅଶ୍ଲୀଳ ଭିଡିଓ ଦେଖି ଧରାପଡିଲେ ସାଂସଦ

ଥାଇଲ୍ୟାଣ୍ଡ : ସଂସଦରେ ବଜେଟ ଅଧିବେଶନ ଚାଲିଥିବା ବେଳେ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖି ଧରାପଡିଲେ ସାଂସଦ । ଥାଇଲ୍ୟାଣ୍ଡ ସଂସଦରେ ଅଶ୍ଲୀଳ ଭିଡିଓ ଦେଖୁଥିବା ନେଇ ରେଡ୍ ହ୍ୟାଣ୍ଡରେ ଧରାପଡିଛନ୍ତି ସାଂସଦ ରୋନାଥେପ ଅନୁବତ୍ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସାଂସଦଙ୍କ ବିରୋଧରେ କୌଣସି ଅଭିଯୋଗ କି କାର୍ଯ୍ୟନୁଷ୍ଠାନ ହୋଇନାହିଁ ।ଏପରିକି ସେ ମୁହଁରେ ମାସ୍କ ଲଗାଇ ନଥିବା ବି ଦେଖିବାକୁ ମିଳିଥିଲା।

ଅଶ୍ଲୀଳ ଭିଡିଓ ଦେଖୁଥିବା ନେଇ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କୁହାଯାଉଛି ଯେ, ବଜେଟ ଅଧିବେଶନ ସମୟରେ ବଜେଟ ପ୍ରତି ଧ୍ୟାନ ଦେବା ବଦଳରେ ରୋନାଥେପ ମୋବାଇଲ ବାହାର କରି ହଠାତ୍ ଟେବୁଲ ତଳେ କିଛି ଦେଖିବାକୁ ଆରମ୍ଭ କଲେ । ଏହା ପରେ ଗ୍ୟାଲେରୀରେ ବସିଥିବା ସାମ୍ବାଦିକମାନଙ୍କ ନଜର ତାଙ୍କ ଉପରେ ପଡିଥିଲା । ଏହାପରେ କ୍ୟାମେରାମ୍ୟାନ ସାଂସଦଙ୍କ ଫଟୋ ଉଠାଇଥିଲା, ଯେଉଁଥିରେ ସ୍ପଷ୍ଟ ଦେଖାଗଲା ସେ ସାଂସଦ ରୋନାଥେପ ତାଙ୍କ ମୋବାଇଲରେ ଅଶ୍ଲୀଳ ଚିତ୍ର ଦେଖୁଥିଲେ । ଆଉ ୧୦ ମିନିଟରୁ ଅଧିକ ସମୟ ଦେଖିଥିବା ଏହି ଅଶ୍ଲୀଳ ଭିଡିଓରେ ଅଶ୍ଲୀଳତାର ଅନେକ ସିରିଜ ଦେଖିବାକୁ ମିଳିଥିଲା ।

ସବୁଠାରୁ ବଡ କଥା ହେଲା ଫୋଟୋ ଭାଇରଲ ହେବା ପରେ ସାଂସଦଙ୍କ ମୁହଁ ଲାଜରେ ଲାଲ ହୋଇଯାଇଥିଲା। ଆଉ ସେ ଅଶ୍ଲୀଳ ଭିଡିଓ ଦେଖୁଥିବା ବି ସ୍ୱୀକାର କରିଥିଲେ । ପରେ ସାଂସଦଙ୍କ ଅଶ୍ଲୀଳ ଭିଡିଓ ଦେଖୁବାକୁ ନେଇ ସଂସଦ ଗୃହର ବାଚସ୍ପତି ଚୂଆନ ଲୀକପାଇ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ପଠାଇଥିଲେ ।
ଯାହାର ଉତ୍ତରରେ କିଛି ଅଜବ କାରଣ ଦର୍ଶାଇଥିଲେ । ସେ କହିଥିଲେ ଯେ ,ମୋ ନିକଟକୁ ଏକ ଆପରୁ ଅଜଣା ଏକ ଝିଅର ମେସେଜ ଆସିଥିଲା । ଝିଅଟି ଟଙ୍କାର ସାହାଯ୍ୟ ମାଗୁଥିଲା । ତେଣୁ ମୁଁ ଏହାର ସତ୍ୟାସତ ଅନୁଧ୍ୟାନ କରିବାକୁ ଯାଇ ମେସେଜ କୁ ଚେକ କରିଥିଲି । ଝିଅଟି କିଛି ଅସୁବିଧାରେ ପଡିନି ତ? ଏସବୁ ଦିଗକୁ ନଜରରେ ରଖି ମୁଁ ସେ ଭିଡିଓ ଦେଖିଥିଲି। ଯାହାକୁ ମୁ ପରେ ଡିଲିଟ କରିଦେଇଥିଲି ।

ତେବେ ଏନେଇ ବାଚସ୍ପତି କହିଛନ୍ତି ଯେ, ସାଂସଦଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯିବ ନାହିଁ। କାରଣ ତାଙ୍କ ବିରୋଧରେ ଏଯାବତ ଅଭିଯୋଗ ହୋଇନାହିଁ । ସବୁଠାରୁ ବଡ କଥା ହେଲା ଏହା ତାଙ୍କର ବ୍ୟକ୍ତିଗତ ମାମଲା। ଏମିତିରେ ବି ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କିଛି ନିୟମ ହୋଇନାହିଁ ଯେ ସାଂସଦ ମାନେ ଗୃହରେ କଣ ଦେଖିପାରିବେ କଣ ନାହିଁ ।