କର୍ଣ୍ଣାଟକ: କର୍ଣ୍ଣାଟକରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସିଏନ ଅଶ୍ୱଥନାରାୟଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଟ୍ୱିଟ୍ ଲେଖିଛନ୍ତି ଯେ, ‘ଆଗାମୀ ବିଧାନସଭା ଅଧିବେଶନକୁ ଦୃଷ୍ଟି ରଖି ଶନିବାର ଦିନ ମୁଁ କୋଭିଡ ଟେଷ୍ଟ କରାଇଲି, ଯାହାର ରେଜଲ୍ଟ କରୋନା ପଜିଟିଭ୍ ଆସିଲା । ମୋତେ ସଂକ୍ରମଣର ଲକ୍ଷଣ ନଥିବା ବେଳେ ଏବେ ହୋମ ଆଇସୋଲେସନରେ ରହିଛି ।