ନୂଆଦିଲ୍ଲୀ: ଆଜି ୨୪ଘଣ୍ଟାରେ ୭୫,୦୮୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୨୪ଘଣ୍ଟାରେ ୧ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୨୪ଘଣ୍ଟାରେ ୧୦୧୪୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୨୪ଘଣ୍ଟାରେ ୧୦୫୩ଜଣଙ୍କର ମୃତ୍ୟୁ ଘଟିଛି।
ତେବେ କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦,୦୦୦ପାର କରୁଥିବା ବେଳେ ଗତକାଲି ୯୦,୦୦୦ତଳକୁ ଖସିଥିଲା। ଗତକାଲି ୨୪ଘଣ୍ଟାରେ ୮୬,୯୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦,୦୦୦ତଳକୁ ଖସିଛି।
ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୫,୬୨,୬୬୩ରେ ପହଞ୍ଚିଛି । ଏହା ମଧ୍ୟରୁ ୯୭୫୮୬୧ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୮,୯୩୫ ରହିଛି । ଦେଶର ମୋଟ ସୁସ୍ଥ ସଂଖ୍ୟା ୪୪,୯୭୮,୬୭ରେ ପହଞ୍ଚିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୬୦% ରହିଥିବା ବେଳେ ଆରୋଗ୍ୟ ହାର ୮୦.୧୨% ରହିଛି। ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଭାରତ ଏବେ ବିଶ୍ବରେ ଆଗରେ ରହିଛି।