ଲଣ୍ଡନରେ ରହିବେ ଅମ୍ବାନି!

ମୁମ୍ବାଇ : ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କୁ ଆଣ୍ଟିଲିଆରେ ରହିବାକୁ ତାଙ୍କୁ ଆଉ ପସନ୍ଦ ଆସୁନି । ଏଥିପାଇଁ ସେ ପରିବାର ସହ ଲଣ୍ଡନରେ ରହିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୁକେଶ ଲଣ୍ଡନର ବକିଂହାମସାୟାରର ଷ୍ଟୋକ ପାର୍କରେ ଥିବା ଏକ ବଙ୍ଗଳାକୁ ସେ କିଣିଛନ୍ତି । ପ୍ରାୟ ୩୦୦ ଏକର ପରିମିତ ଅଞ୍ଚଳରେ ଥିବା ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୫୯୨ କୋଟି ଟଙ୍କା ହେବ । ଏହି ବଙ୍ଗଳାରେ ୪୯ଟି ବେଡରୁମ ସହ ଏକ ଛୋଟ ହସ୍ପିଟାଲ ରହିଛି । ବଙ୍ଗଳା ବାହାରେ ରହିଛି ପାର୍କ, ଗଲ୍ପ ପଡ଼ିଆ, ଏକ ଜଳାଶୟ । ଅମ୍ବାନି ପରିବାର ଚଳିତ ବର୍ଷର ଦୀପାବଳି ଏହି ନୂଆ ଘରେ ହିଁ ପାଳନ କରିଥିଲେ । ଖୁବଶୀଘ୍ର ସେମାନେ ଲଣ୍ଡନ ଯ଼ିବାର ଯୋଜନା କରୁଥିବା ଜଣାପଡିଛି ।