କୋଭିଡ ଲାଗି ଶ୍ରୀମନ୍ଦିରରେ ଜଳିବ ୧ ଲକ୍ଷ ଦୀପ

ପୁରୀ : ଆସନ୍ତା ଦେବ ଦୀପାବଳିରେ ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ମଧ୍ୟରେ ଜଳିବ ୧ ଲକ୍ଷ ଦୀପ । ଏହା ଆସନ୍ତା ୪ ଓ ୫ ତାରିଖରେ ବଡ଼ଦାଣ୍ଡରେ ଲକ୍ଷାଧିକ ଦୀପଦାନ ପାଇଁ ସ୍ଥିର ହୋଇଛି । ବିଶ୍ୱକୁ କୋଭିଡ ବିପଦରୁ ମୁକ୍ତ କରିବା ପାଇଁ ଏହି ଦୀପଦାନ କରାଯିବ ବୋଲି କୁହାଯାଇଛି । ଦେବ ଦୀପାବଳୀ ତିଥିରେ ରାଜ୍ୟରେ ଥିବା ସବୁ ଜଗନ୍ନାଥ ମନ୍ଦିରରେ ଦୀପଦାନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଦୀପଦାନ କମିଟିର କାର୍ଯ୍ୟକାରୀ ସମ୍ପାଦକ ଶୁଭାଶିଷ ଖୁଣ୍ଟିଆ, ଛତିଶା ନିଯୋଗ ସଦସ୍ୟ ଗୌରହରି ପ୍ରଧାନଙ୍କ ସହ ଅନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।