ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରୀରେ ଗୋଟିଏ ପରେ ଗୋଟିଏ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ସେହିପରି ଅଭିନେତ୍ରୀ ଜାହ୍ମବୀ କପରୁ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏନେଇ ଜାନଭୀ କପୁର ସୋସିଆଲ ମିଡିଆରେ ଏକ ଫଟୋ ସେୟାର ସୂଚନା ଦେଇଛନ୍ତି । ଯେଉଁଥିରେ ସେ ପାଟିରେ ଥର୍ମମିଟର ଲଗାଉଥିବାର ଦେଖିବାକୁ ମିଳିଛି । ଏହି ଫଟୋ ଦେଖି ପ୍ରଶଂସକମାନଙ୍କ ମନରେ ପ୍ରଶ୍ନ ଉଠିଛି କି କଣ ସେ ବି ସଂକ୍ରମିତ । ଏହା ସହ ସେମାନେ ଅନୁମାନ କରିଛନ୍ତି କି ଯେ ବୋଧହୁଏ ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ । ଏହି ଫଟୋଗୁଡ଼ିକୁ ସେୟାର କରି ଜାନଭୀ କପୁର ଲେଖିଛନ୍ତି ବର୍ଷର ସେହି ସମୟ ପୁଣି ଫେରି ଆସିଛି ।
ଅନେକ ସେଲିବ୍ରିଟି ସହ ତାଙ୍କ ପ୍ରଶଂସକମାନେ ଜାନଭୀଙ୍କ ଏହି ଫଟୋ ଉପରେ କମେଣ୍ଟ ଦେଇଛନ୍ତି । ସମସ୍ତ ପ୍ରଶଂସକ ତାଙ୍କୁ ପଚାରୁଛନ୍ତି କି ସେ କୋଭିଡ ପଜେଟିଭ୍ ହୋଇଛନ୍ତି କି? ତେବେ ଜାହ୍ନବୀ କାହାର ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଏହି ଫଟୋରେ ଜଣାପଡୁଛି ଯେ ଫଟୋରେ ଜାନଭୀ କପୁର ସମସ୍ତ ଜିନିଷ ଦେଖାଇଛନ୍ତି, ଯାହା ସେ ଗତ ବର୍ଷ ଲକଡାଉନରେ କରିଥଲେ ।