ଅଗଷ୍ଟରେ ଲଞ୍ଚ ହେବ ‘ଚନ୍ଦ୍ରଯାନ-୩’ : ଇସ୍ରୋ

ନୂଆଦିଲ୍ଲୀ : ଅଗଷ୍ଟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଚନ୍ଦ୍ରଯାନ-୩ ଲଞ୍ଚ କରିବ । ଏ ନେଇ ବୁଧବାର କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ରାଷ୍ଟମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଚନ୍ଦ୍ରଯାନ-୨ରୁ ମିଳିଥିବା ଶିକ୍ଷା ତଥା ଜ୍ଞାନକୌଶଳ ଏବଂ ବରିଷ୍ଠ ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ଚନ୍ଦ୍ରଯାନ-୩ ପ୍ରସ୍ତୁତି ବ୍ୟାପକ ଭାବେ ଜାରି ରହିଛି। ଚନ୍ଦ୍ରଯାଦ-୩ ପାଇଁ ଆବଶ୍ୟକୀୟ ହାର୍ଡଓ୍ବେର ଏବଂ ଯନ୍ତ୍ରାଂଶ ଗୁଡିକର ପରୀକ୍ଷଣ ମଧ୍ୟ ସଫଳତାର ସହ ଶେଷ ହୋଇଛି । ଆସନ୍ତା ୨୦୨୨ ଅଗଷ୍ଟରେ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଲଞ୍ଚ କରାଯିବ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି କେବଳ ୨୦୨୨ରେ ଅନେକ ଗୁଡିଏ ମିସାଇଲ ପରୀକ୍ଷଣ କରାଯିବାକୁ ଯୋଜନା କରାଯାଇଛି । ଚଳିତ ବର୍ଷ ମୋଟ ୧୯ଟି କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଯାଇଛି । ଯେଉଁଥିରେ ୮ଟି ଲଞ୍ଚ ଭେଇକିଲ୍ ମେସିନ୍ ଥିବା ବେଳେ, ୭ଟି ସ୍ପେସ୍କ୍ରାଫ୍ଟ ମିସନ୍ ଏବଂ ୪ଟି ଟେକ୍ନୋଲୋଜୀ ଡେମୋନଷ୍ଟେ୍ରଟର୍ ମିସନ୍ ରହିଛି । ଆଗାମୀ ଦିନରେ ଡିମାଣ୍ଡ ଡ୍ରିଭେନ୍ ମଡେଲ୍ ମଧ୍ୟ ସାମ୍ନାକୁ ଆସିବାର ଅଛି । ଗତ ୩ ବର୍ଷ ହେଲା ନୂଆ ନୂଆ ମଡେଲ ଉପରେ ଗବେଷଣା କରାଯାଉଛି ।