ନୂଆଦିଲ୍ଲୀ: ପଞ୍ଜାବ ଜନସାଧାରଣଙ୍କୁ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଅନେକ ବଡ ବଡ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିନ ଏହି ଘୋଷଣାପତ୍ର ଜାରି ହୋଇଛି । ସେହିପରି ଏହି ଘୋଷଣାପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି କି ପଞ୍ଜାବରେ କଂଗ୍ରେସ ସରକାର ଆସିବା ମାତ୍ରେ ଏକ ଲକ୍ଷ ଚାକିରି ଦେବା ସହ ମାଗଣା ସିଲିଣ୍ଡର, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି ।
ସେହିପରି ବୟସ୍କଙ୍କ ପେନସନରେ ମଧ୍ୟ ବୃଦ୍ଧି କରାଯିବା ସହ ସମସ୍ତ କଚ୍ଚା ଘରକୁ ପକ୍କା କରାଯିବ ଓ ସରକାର ତୈଳବୀଜ, ମକା ଓ ଡାଲିର ଫସଲକୁ କିଣିବେ । ଅନ୍ୟପକ୍ଷରେ ଏହି ଘୋଷଣାପତ୍ରରେ ଆହୁରି ଜାରି କରାଯାଇଛି ଯେ, ଦ୍ୱାଦଶ ପାସ କରିଥିବା ଛାତ୍ରୀଙ୍କୁ ୨୦ ହଜାର ଟଙ୍କା ସହ ସ୍କୁଟି ପ୍ରଦାନ କରାଯିବ । ସେହିପରି ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ କହିଛନ୍ତି ଯେ, ପ୍ରଥମ ହସ୍ତାକ୍ଷର ସହ ୧ ଲକ୍ଷ ଚାକିରି ଯୋଗାଇଦେବା ସହ ସହ ୫ ବର୍ଷରେ ୫ ଲକ୍ଷ ଚାକିରି ଯୋଗାଇ ଦିଆଯିବ ବୋଲି କହିଛନ୍ତି ।