ଭୁବନେଶ୍ବର(ଏସ୍ ନ୍ଯୁଜ): କରୋନାରେ ପୁଣି ୧୭ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟରେ ବାଲେଶ୍ବର ଓ ଢେଙ୍କାନାଳରୁ ୩ ଜଣ ଲେଖାଏଁ , ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ କରୋନା ରୋଗୀ ମୃତ୍ୟୁବରଣ କରିଥିବା ବେଳେ ନୟାଗଡ଼, ଭଦ୍ରକ, ମୟୂରଭଞ୍ଜ, ଗଞ୍ଜାମ ଓ ଯାଜପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।
ଅନ୍ୟପଟେ ରାଜ୍ୟରେ ୩୦୫୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୦୪ ଓ ସ୍ଥାନୀୟ ଅଞ୍ଚଳରୁ ୧୨୪୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ମୋଟ୍ ୧,୯୪,୧୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ ରହିଛି।
୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୫୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୭, ଗଞ୍ଜାମ ଜିଲ୍ଲାରୁ ୫୨, ବଲାଙ୍ଗୀର ଜିଲ୍ଲାରୁ ୯୫, ବାଲେଶ୍ବର ଜିଲ୍ଲାରୁ ୮୫, କୋରାପୁଟ ଜିଲ୍ଲାରୁ ୪୪, ଭଦ୍ରକ ୭୦, ରାୟଗଡ଼ା ଜିଲ୍ଲାରୁ ୩୬, ପୁରୀ ଜିଲ୍ଲାରୁ ୧୨୭, ସୁନ୍ଦରଗଡ଼ ଜିଲ୍ଲାରୁ ୯୮, ଜଗତସିଂହପୁର ଜିଲ୍ଲାରୁ ୭୨, ସମ୍ବଲପୁର ଜିଲ୍ଲାରୁ ୧୨୩, କଳାହାଣ୍ଡି ଜିଲ୍ଲାରୁ ୪୧, ଯାଜପୁର ଜିଲ୍ଲାରୁ ୧୧୦, କନ୍ଧମାଳ ଜିଲ୍ଲାରୁ ୩୨, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୧୫, ମାଲକାନଗିରି ଜିଲ୍ଲାରୁ ୬୨, ଗଜପତି ଜିଲ୍ଲାରୁ ୧୮, ମୟୂରଭଞ୍ଜ ଜିଲ୍ଲାରୁ ୧୫୩ , ଝାରସୁଗୁଡ଼ା ଜିଲ୍ଲାରୁ ୧୪୬, ଢେଙ୍କାନାଳ ଜିଲ୍ଲାରୁ ୫୧, ନବରଙ୍ଗପୁର ଜିଲ୍ଲାରୁ ୧୪, କେନ୍ଦୁଝର ଜିଲ୍ଲାରୁ ୧୩୩, ସୁବର୍ଣ୍ଣପୁର ଜିଲ୍ଲାରୁ ୮୩, ଅନୁଗୁଳ ଜିଲ୍ଲାରୁ ୬୪, ବରଗଡ଼ ଜିଲ୍ଲାରୁ ୯୮, ନୂଆପଡ଼ା ଜିଲ୍ଲାରୁ ୫୬, ଦେବଗଡ଼ରୁ ୧୬ ଓ ବୌଦ୍ଧ ଜିଲ୍ଲାରୁ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟ୍ ପୁଲରୁ ୧୭୪ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।