ୟୋ ୟୋ ଟେଷ୍ଟରେ ପାସ ହେଲେ ହାର୍ଦ୍ଦିକ

ନୂଆଦିଲ୍ଲୀ : ଗୁଜୁରାଟ ଟାଇଟନ୍ସ ଫ୍ୟାନଙ୍କୁ ବଡ ଆଶ୍ୱସ୍ତି । ଗୁଜୁରାଟ ଟାଇଟନ୍ସ ଦଳର ନବ ନିଯୁକ୍ତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଫିଟନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏନସିଏ ତାଙ୍କୁ ଆଇପିଏଲ ଖେଳିବାକୁ ଗ୍ରୀନ ସିଗନାଲ ଦେଇଛି ।

ସୂଚନାଯୋଗ୍ୟ ଯେ, ଆହତ ସମସ୍ୟା ପାଇଁ ଦୀର୍ଘ ଦିନ ହେବ ଭାରତୀୟ ଟିମରୁ ବାଦ ପଡିଥିଲେ । ପୂର୍ବବର୍ଷ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ପାଣ୍ଡ୍ୟା ଖେଳିଥିଲେ । ଏହା ପରଠୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ । ବିସିସିଆର ବାର୍ଷିକ ଚୁକ୍ତିବଦ୍ଧ ଖେଳାଳି ହୋଇଥିବାରୁ ଆଇପିଏଲ ପୂର୍ବରୁ ପାଣ୍ଡ୍ୟାଙ୍କୁ ଏନସିଏରେ ଫିଟନେସ ପରୀକ୍ଷା ଦେବାକୁ ନିର୍ଦ୍ଦେଶ ହୋଇଥିଲା । ଏନସିଏରେ ପାଣ୍ଡ୍ୟା ଦୀର୍ଘ ସମୟ ଧରି ବୋଲିଂ କରିଥିଲେ । ନିୟମିତ ଭାବେ ୧୩୫ କିମି ପ୍ରତି ଘଣ୍ଟା ବେଗରେ ବଲ ପକାଇଥିଲେ । ୟୋ ୟୋ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପାଇଁ ପାଣ୍ଡ୍ୟାଙ୍କୁ ପରିଶ୍ରମ କରିବାକୁ ପଡିଥିଲା । ଏହି ଟେଷ୍ଟରେ ସେ ୧୭ ପଏଣ୍ଟ ହାସଲ କରିଥିଲେ ।