୬୪ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଜୁନ ୧୭ରୁ କାର୍ଯ୍ୟକ୍ଷମ ହେବ : ଗଣଶିକ୍ଷା ମନ୍ତ୍ରୀ

ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଲୋକସେବା ଭବନ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ…

ଭୁବନେଶ୍ୱର : ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଲୋକସେବା ଭବନ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର । କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣପୁଦ ସେଠୀ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧାରୀ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଗ୍ରହଣ କରାଯାଇଥିବା ସିଦ୍ଧାନ୍ତ ଅନୁଯାୟୀ ରାଜ୍ୟରେ ଅଦ୍ୟାବଧି ୨୫୦ଟି ଓଡିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବାବେଳେ ଅବଶିଷ୍ଟ ୬୪ ଗୋଟି ଓଡିଶା ଆଦର୍ଶ ବିଦ୍ୟାଳୟଗୁଡିକୁ ଆସନ୍ତା ଜୁନ ମାସ ୧୭ରୁ କାର୍ଯ୍ୟକ୍ଷମ କରାଯିବ । ଏହି ୬୪ ଗୋଟି ଆଦର୍ଶ ବିଦ୍ୟାଳୟରେ ଆସନ୍ତା ଜୁନ୍‌ ମାସ ୧୭ ତାରିଖଠାରୁ ୬ଷ୍ଠ ଶ୍ରେଣୀର ପାଠପଢା ଆରମ୍ଭ କରାଯିବା ସମସ୍ତ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ୨୦୨୩ ମସିହା ନଭେମ୍ବର ମାସ ମଧ୍ୟରେ ସମାପନ କରାଯିବା ପାଇଁ ସ୍ଥିର କରାଯାଇଛି ।

ଅନ୍ୟପକ୍ଷରେ ସମସ୍ତ ଆଦର୍ଶ ବିଦ୍ୟାଳୟରେ ଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ହଷ୍ଟେଲ ନର୍ମାଣ କାର୍ଯ୍ୟ ୨୦୨୩ ସୁଦ୍ଧା ସମାପନ କରାଯିବା ପାଇଁ ମଧ୍ୟ ସ୍ଥିରୀକୃତ ହୋଇଛି । ସେହିପରି ଆବଶ୍ୟକ ଥିବା ୧୭୪୯ ଗୋଟି ପଦବି ପୂରଣ ପ୍ରକ୍ରିୟା ଆସନ୍ତା ଜୁନ ମାସ ମଧ୍ୟରେ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି