ନୀଲୋଫର କଶ୍ମୀର ବିଶ୍ୱବିଦ୍ୟାଳୟର ନୂଆ କୁଳପତି
ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଗୃହ ବିଜ୍ଞାନ ବିଭାଗର ପ୍ରଫେସର…
ଜାମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଗୃହ ବିଜ୍ଞାନ ବିଭାଗର ପ୍ରଫେସର ନୀଲୋଫର ଖାନଙ୍କୁ କଶ୍ମୀର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ କରିଛନ୍ତି । ଫଳରେ ନୀଲୋଫର କଶ୍ମୀର ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଉପରାଜ୍ୟପାଳ ସଚିବାଳୟ ଜାରି କରିଥିବା ଏକ ସଞ୍ଚାରରେ ଏନେଇ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, କଶ୍ମୀର ଓ ଜମ୍ମୁ ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୬୯ର ଧାରା ୧୨ ଅନ୍ତର୍ଗତ ନିହିତ ଶକ୍ତିକୁ ଉପଯୋଗ କରି ମୁଁ ମନୋଜ ସିହ୍ନା, ପ୍ରଫେସର ନୀଲୋଫର ଖାନଙ୍କୁ କଶ୍ମୀର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ କରୁଛି ।