ଜାତିସଂଘରେ ହିନ୍ଦୀ ଭାଷା ସାମିଲ

ବର୍ତ୍ତମାନ ଜାତିସଂଘର ସମସ୍ତ କାର୍ଯ୍ୟ ଓ ଜରୁରୀ ସୂଚନା ଏହି ଭାଷାରେ ପ୍ରକାଶ କରାଯିବ…

ନୂଆଦିଲ୍ଲୀ : ଜାତିସଂଘ ହିନ୍ଦୀ ଭାଷା ପ୍ରସ୍ତାବକୁ ସ୍ୱୀକୃତି ଦେଇଛି । ହିନ୍ଦୀ ସହିତ ବଙ୍ଗଳା ଉର୍ଦ୍ଧୁ ଭାଷାକୁ ମଧ୍ୟ ଅନୁମତି ଦିଆଯାଇଛି । ଏନେଇ ଜାତିସଂଘର ଭାରତୀୟ ସ୍ଥାୟୀ ରାଷ୍ଟ୍ରଦୂତ ଟିଏସ ତିରୁମୂର୍ତ୍ତି ସାଧାରଣ ସଭାରେ ଯୋଗ ଦେଇ ସୂଚନା ଦେଇଛନ୍ତି । ତିରୁମୂର୍ତ୍ତି କହିଛନ୍ତି, ପ୍ରଥମଥର ପାଇଁ ହିନ୍ଦୀ ଭାଷାକୁ ସାମିଲ କରାଯାଇଛି । ବର୍ତ୍ତମାନ ଜାତିସଂଘର ସମସ୍ତ କାର୍ଯ୍ୟ ଓ ଜରୁରୀ ସୂଚନା ଏହି ଭାଷାରେ ପ୍ରକାଶ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ୨୦୧୮ ମସିହାରେ ଭାରତ ହିନ୍ଦୀ ଜାତିସଂଘ ପ୍ରକଳ୍ପ ଆରମ୍ଭ କରିଥିଲା । ମିଳିତ ଜାତିସଂଘରେ ବହୁଭାଷାବାଦକୁ ପ୍ରକୃତ ଅର୍ଥରେ ଗ୍ରହଣ କରିବା ଜରୁରୀ ଅଟେ ଏବଂ ଏହି ଲକ୍ଷ୍ୟ ହାସଲ କରିବାରେ ଭାରତ ସମର୍ଥନ କରିବ ।