ରାଜ୍ୟପାଳଙ୍କ ବଦଳରେ ଦିଦି ହେବେ ବିଶ୍ୱବିଦ୍ୟାଳୟ କୁଳପତି
ରାଜ୍ୟ ସଞ୍ଚାଳିତ ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ କୁଳପତି କରିବା ଲାଗି ବିଧେୟକ ଉପସ୍ଥାପନ କରିଥିଲେ…
କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ସ୍ଥାନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି କରିବାର ବିଧେୟକକୁ ପାରିତ କରାଯାଇଛି । ପଶ୍ଚିମବଙ୍ଗ ସରକାର ୩୧ଟି ରାଜ୍ୟ ସଞ୍ଚାଳିତ ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ କୁଳପତି କରିବା ଲାଗି ବିଧେୟକ ଉପସ୍ଥାପନ କରିଥିଲେ । ଅନ୍ୟପଟେ ବିରୋଧୀ ବିଜେପି ଏହି ବିଧେୟକକୁ ରୋକିବାକୁ ଭରପୂର ବିରୋଧ ପ୍ରଦର୍ଶନ କରିଥିଲା । ବିଧେୟକ ସପକ୍ଷରେ ୧୮୨ ଭୋଟ ଓ ବିରୋଧରେ ୪୦ ଭୋଟ ପଡିଥିଲା । ଏହାପରେ ବିଧାନସଭାରେ ବିଧେୟକକୁ ପାରିତ କରାଯାଇଥିଲା ।