ଇଡିର ୩ ଘଣ୍ଟା ଜେରା ପରେ ବାହାରିଲେ ରାହୁଲ
ଅନ୍ୟପଟେ ଇଡି ଅଫିସରେ ରାହୁଲ ଗାନ୍ଧୀ ହାଜର ହେବାକୁ ନେଇ କଂଗ୍ରେସ ନେତା ବିରୋଧ ପ୍ରଦର୍ଶନ କରୁଛନ୍ତି….
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଜେରା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇଡି ଅଫିସରୁ ବାହାରି ତୁଗଲକ ଲେନସ୍ଥିତ ନିଜ ଘରେ ପହଞ୍ଚିଛନ୍ତି । ରାହୁଲଙ୍କୁ ପାଖାପାଖି ୩ ଘଣ୍ଟା ଜେରା କରାଯାଇଛି । ଏଥିରେ ବ୍ୟାଙ୍କ ଆକାଉଣ୍ଟ ସମେତ ଅନେକ ଜିନିଷ ଉପରେ ପ୍ରଶ୍ନ କରାଯାଇଥିଲା । ଦ୍ୱିପ୍ରହର ଭୋଜନ ପାଇଁ ରାହୁଲ ଘରକୁ ଯାଇଛନ୍ତି ଏବଂ ସେ ଜେରା ପାଇଁ ପୁଣି ଆସିବେ ବୋଲି କିଛି ଅଧିକାରୀ କହିଛନ୍ତି । ଅନ୍ୟପଟେ ଇଡି ଅଫିସରେ ରାହୁଲ ଗାନ୍ଧୀ ହାଜର ହେବାକୁ ନେଇ କଂଗ୍ରେସ ନେତା ବିରୋଧ ପ୍ରଦର୍ଶନ କରୁଛନ୍ତି ।