ଡ୍ରଗ୍ସ ମାମଲାରେ ସିଦ୍ଧାନ୍ତ କପୁର ଗିରଫ

ବାଙ୍ଗାଲୁରୁ ପୁଲିସ ଖବର ପାଇ ଏମଜି ରୋଡସ୍ଥିତ ଏକ ହୋଟେଲରେ ରେଡ ମାରିଥିଲା…

ବାଙ୍ଗାଲୁରୁ: ବଲିଉଡର ସୁପ୍ରସିଦ୍ଧ ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁରଙ୍କୁ ଡ୍ରଗ୍ସ ମାମଲାରେ ବାଙ୍ଗାଲୁରୁ ପୁଲିସ ଗିରଫ କରିଛି । ଏକ ପାର୍ଟିରେ ସିଦ୍ଧାନ୍ତ ଡ୍ରଗ୍ସ ନେଉଥିବା ନେଇ ଆରୋପ ଲାଗିଛି । ସୂଚନାଯୋଗ୍ୟ, ବାଙ୍ଗାଲୁରୁ ପୁଲିସ ଖବର ପାଇ ଏମଜି ରୋଡସ୍ଥିତ ଏକ ହୋଟେଲରେ ରେଡ ମାରିଥିଲା । ଏହି ପାର୍ଟିରେ ସାମିଲ ହୋଇଥିବା ସିଦ୍ଧାନ୍ତ ସମେତ ୬ଜଣଙ୍କ ଡ୍ରଗ୍ସ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ନେଇ ପୁଲିସ ସୂଚନା ଦେଇଛି ।