ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ଆମ ସାମ୍ନାରେ ବହୁତ ବଡ ଚ୍ୟାଲେଞ୍ଜ ରହିଛି….

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ନୂଆ ରାଷ୍ଟ୍ରପତି ମିଳିଯାଇଛି । ରାନିଲ ବିକ୍ରମସିଂଘେଙ୍କୁ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ରୂପେ ଚୟନ କରାଯାଇଛି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ରାନିଲ କହିଛନ୍ତି ଆମ ଦେଶ ଏବେ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି । ଆମ ସାମ୍ନାରେ ବହୁତ ବଡ ଚ୍ୟାଲେଞ୍ଜ ରହିଛି । ସୂଚନାଯୋଗ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଲାଗି ଗତକାଲି ସାଂସଦମାନେ ରାନିଲ ବିକ୍ରମସିଂଘେ, ଡଲାସ ଓହ୍ଲାପେଋମା ଓ ଅନୁରା କୁମାରା ଦୁସାନାୟକେଙ୍କ ନାମ ପ୍ରସ୍ତାବିତ କରିଥିଲେ । ଉକ୍ତ ନିର୍ବାଚନରେ ରାନିଲ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।