ରୋଡ଼କଳା ଖେଳ ପଡିଆରେ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ଲୋଇଡାପଦା ପଞ୍ଚାୟତ ଠାରେ…

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ଲୋଇଡାପଦା ପଞ୍ଚାୟତ ଠାରେ ଥିବା ରୋଡ଼କଳା ଖେଳ ପଡିଆ ଠାରେ ଚାଲିଥିବା ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି।ଲୋଇଡାପଦା ପଞ୍ଚାୟତ ର ସରପଞ୍ଚ ସୁଶ୍ରୀ ବିଲାଶିନୀ ଓରାମ ନେତୃତ୍ୱରେ ଆରମ୍ଭ ହୋଇଥିଲା ଫୁଟବଲ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ପଞ୍ଚାୟତର ୮ ଟି ଗ୍ରାମ କୁ ନେଇ ୮ ଟି ଦଳ ପକ୍ଷରୁ ଆରମ୍ଭ ହୋଇଥିଲା।ଏହି ଫୁଟବଲ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀ ଯୁକ୍ତ କବିନ୍ଦ୍ର ନାଏକ,ସ୍ନମାନନୀୟ ଅତିଥି ସରପଂଚ ସୁଶ୍ରୀ ବିଳାସିନୀ ଓରାମ, କେ ,ଜେ ,ଏସ ପ୍ଲାଣ୍ଟ ଅଧିକାରୀ ଅବନୀ ବାରିକ,ପୂର୍ବତନ ସରପଞ୍ଚ ଚତୁର୍ଭୁଜ ନାଏକ,ନାଏବ ସରପଞ୍ଚ ତୁଷାର ନାଏକ, ସମାଜସେବୀ ଦଶରଥ ବାରିକ ,ଲୋଇଡା ପଦା କ୍ଳବ କମିଟି ଧୋବଲେଶ୍ୱର ନାଏକ,ତପନ ନାୟକ ସହ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।ଏହି ଟୁର୍ଣ୍ଣାମେଂଟ ସରପଞ୍ଚ ବିଲାଶିନୀ ଓରାମ ଆନୁକୂଲ୍ୟରେ ଅନୁଷ୍ଟିତ ହୋଇଥିଲା । ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।