ନୂଆଦିଲ୍ଲୀ: ରିଲାୟନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡର ୪୫ତମ ଆନୁଆଲ ଜେନେରାଲ ମିଟିଂ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କମ୍ପାନୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ ତ ଅମ୍ବାନୀ ତାଙ୍କ ଝିଅ ଇଶା ଅମ୍ବାନୀକୁ ନିଜ ସମୂହର ରିଟେଲ ବ୍ୟବସାୟର ମୁଖ୍ୟ ରୂପେ ଉପସ୍ଥାପନ କରିଛନ୍ତି । ସେହିପରି ବଡ ପୁଅ ଆକାଶ ଅମ୍ବାନୀଙ୍କୁ ଟେଲିକମ୍ ୟୁନିଟ ରିଲାୟନ୍ସ ଜିଓର ଦାୟିତ୍ୱ ହସ୍ତାନ୍ତର କରିଥିବାବେଳେ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ଶକ୍ତି ଉଦ୍ୟୋଗ ଦେଇଛନ୍ତି । ସୂଚନାଯୋଗ୍ୟ, ମୁକେଶ ଉତ୍ତରାଧିକାରୀ ନାମ ଘୋଷଣା କରିବା ସହ ଏବେ ଅବସର ନେଉ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ସେ ପୂର୍ବଭଳି ନେତୃତ୍ୱ ଜାରି ରଖିବେ ବୋଲି କହିଛନ୍ତି ।
Prev Post
Next Post