କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବରେ ଶତାଧିକ ପୁରୁଷ ମହିଳା ସକ୍ରିୟ କର୍ମୀ ଭାବେ ଯୋଗଦାନ, କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଉଦ୍ୟମରେ ବିଫଳ ହେଲେ ବିରୋଧୀ
ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ନିରନ୍ତର ଭାବରେ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କୁ ଯୋଡି ବାରେ ଦେଖା ଯାଉଛି l ଏହି କାର୍ଯ୍ୟକ୍ରମ ଗୁଡିକରେ ଦଳର ବରିଷ୍ଠ ନେତାଙ୍କ ସହିତ ଯୁବମୋର୍ଚ୍ଚାର କର୍ମକର୍ତା ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଭାଷଣ ଜରିଆରେ ଲୋକଙ୍କୁ ଅବଗତ କରୁଥିବା ଦେଖା ଯାଇଛି I ଚମ୍ପୁଆ ବ୍ଲକ ସୁନାପୋଷି ପଂଚାୟତରେ ଏକ କାର୍ଯ୍ୟକ୍ରମରେ ପାଖାପାଖି ତିନି ଶହରୁ ଉର୍ଦ୍ଧ ପୁରୁଷ ଓ ମହିଳାଙ୍କୁ ନେଇ ବିଜେପି ପାର୍ଟି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା I ବିଶେଷ ଭାବରେ ଖଣି ଅଂଚଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଜିଲା ଖଣିଜ ପାଣ୍ଠିର ଗଠନ କରି, ଖଣି ପ୍ରଭାବିତ ଚମ୍ପୁଆ ଲୋକଙ୍କ ସାମଗ୍ରିକ ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ସଂଗ୍ରହ ବ୍ୟବସ୍ଥା କରିଛନ୍ତି I ହେଲେ ପ୍ରଭାବଶାଳୀ ନେତା ଓ ପ୍ରଶାସନିକ ଅଧିକାରିଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଖଣିଜ ପାଣ୍ଠିର ସଦୁପଯୋଗ ହୋଇ ପାରୁ ନଥିବା ଓଡ଼ିଶାର ବରିଷ୍ଠ ବିଜେପି ନେତା ମୁରଲୀ ଶର୍ମା ନିଜ ଭାଷଣରେ କହିଛନ୍ତି I ଶ୍ରୀ ଶର୍ମା ଏହା ମଧ୍ୟ କହିଛନ୍ତି ଯେ, ଖଣି ଜିଲାରେ ଭାରତୀୟ ଜନତା ପାର୍ଟିର ବିଧାୟକ ଓ ସାଂସଦ ନିର୍ବାଚିତ ହୋଇଥିଲେ ଭାରତର ଯଶସ୍ବୀ ପ୍ରଧାମନ୍ତ୍ରୀଙ୍କ ଖଣି ଅଂଚଳର ବିକାଶ ପାଇଁ ନିଜସ୍ୱ ପାଣ୍ଠିର ସଦୁପଯୋଗ ସ୍ୱପ୍ନ ପୂରଣ ହୋଇ ପାରି ଥାନ୍ତା I

ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ହୁଅନ୍ତା I କାର୍ଯ୍ୟକ୍ରମ ଆରମ୍ଭରେ ଦୁଇ ଜଣ ଅସନ୍ତୁଷ୍ଟ କାର୍ଯ୍ୟକର୍ତା ପାଟିତୁଣ୍ଡ କରି କାର୍ଯ୍ୟକ୍ରମରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟାକୁ କରୁ ଥିଲେ I ହେଲେ ଉପସ୍ଥିତ ଗ୍ରାମବାସୀ ସେହି କାର୍ଯ୍ୟକ୍ରମକୁ ଭଣ୍ଡୁରୁ କରିବା ପାଇଁ ଆସିଥିବା ଦୁଇ ଜଣ କର୍ମକର୍ତ୍ତାଙ୍କୁ ସେଠାରୁ ଫେରିଦେଇ ଥିଲେ | ବିଜେପିର ଏହି କାର୍ଯ୍ୟକ୍ରମରେ ସୁନାପୋଷି ପଂଚାୟତର ଶତାଧିକ ବିଜେଡି ଛାଡି ଆସିଥିବା ଯୁବକ-ଯୁବତୀ, ମହିଳା ଓ ପୁରୁଷ ପାର୍ଟିରେ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ନେତା ତଥା ନଦୀ ସୁରକ୍ଷା ସମିତି ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ତଥା ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ରାଧାକାନ୍ତ ମହାନ୍ତ, ଚମ୍ପୁଆ ବିଧାନସଭା ସଂଯୋଜକ ତଥା ଜିଲା ଉପସଭାପତି ଦେବ ପ୍ରସାଦ ମିଶ୍ର, ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ଶର୍ମା, ନଦୀ ସୁରକ୍ଷା ସମିତି ଜିଲା ସଂଯୋଜକ ସୁବ୍ରତ ମହାନ୍ତି, ୨୮ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଡମ୍ବରୁଧର କୁଦାଦା, ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସଭାପତି ଚନ୍ଦ୍ର ଶେଖର ମହାନ୍ତ ଏବଂ ଅନେକ ଯୁବ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ I

]ତା ୯.୯.୨୦୨୨ ରିଖ ଭଣ୍ଡା ମଣ୍ଡଳର କାର୍ଯ୍ୟକାରିଣୀ ଆୟୋଜନ କରାଯାଇଥିଲା I ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ତଥା ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ରାଧାକାନ୍ତ ମହାନ୍ତଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାନସଭା ସଂଯୋଜକ ତଥା ଜିଲା ଉପସଭାପତି ଦେବ ପ୍ରସାଦ ମିଶ୍ର, ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସଭାପତି ଚନ୍ଦ୍ର ଶେଖର ମହାନ୍ତ ଏବଂ ଅନେକ ଯୁବ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ I ଲୋକଙ୍କୁ ବାହୁବଳରେ ଭୟଭୀତ କରି ଏବଂ ଅର୍ଥବଳର ପ୍ରଲୋଭନ ଦେଇ କ୍ଷମତାରେ ଥିବା ନେତା ବିଜେପିର ଭଣ୍ଡା ପଂଚାୟତ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ଜଣା ପଡିଛି I ଯେଉଁଥିରେ ବିଜେପି ଦଳରେ ଥାଇ ବିଜେଡି ପାଇଁ କାର୍ଯ୍ୟ କରୁଥିବା ଜଣେ କାର୍ଯ୍ୟକର୍ତାଙ୍କୁ ଉସୁକାଇ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ରାଧାକାନ୍ତ ମହାନ୍ତ ମଞ୍ଚ ପରିଚାଳନା କରୁଥିବା ସମୟରେ ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ I ପରେ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତା କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରି ଥିଲେ I ଖଣି-ଖଦାନରେ ପରିପୂର୍ଣ୍ଣ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନିଜ ଅକ୍ତିଆରରେ ରଖିବା ପାଇଁ ବିରୋଧୀ ବାହୁବଳୀ ନେତା ବିଜେପି ସଂଗଠନ ମଜବୁତ ହେଉଥିବା ସହଜରେ ହଜମ କରି ପାରୁନଥିବା ଚର୍ଚ୍ଚା ହେଉ ଅଛି I