ଖୁବଶୀଘ୍ର ‘ବ୍ରହ୍ମାସ୍ତ୍ର’ ଓଟିଟିରେ ରିଲିଜ ହେବ
ବଲିଉଡ ଅଭିନେତା ରଣବୀର କପୁର ତାଙ୍କର ଫିଲ୍ମ ବ୍ରହ୍ମାସ୍ତ୍ର ରିଲିଜ ହେବା ସହ ….
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ତାଙ୍କର ଫିଲ୍ମ ବ୍ରହ୍ମାସ୍ତ୍ର ରିଲିଜ ହେବା ସହ ବକ୍ସ ଅଫିସରେ ରେକର୍ଡ କରୁଛି । ଖୁବଶୀଘ୍ର ଓଟିଟିରେ ରିଲିଜ ହେବାର ଖବର ମଧ୍ୟ ସାମ୍ନାକୁ ଆସୁଛି । ସୂଚନାନୁସାରେ ବ୍ରହ୍ମାସ୍ତ୍ର ଡିସ୍ନି ପ୍ଲସ ହଟଷ୍ଟାରରେ ଦେଖିବାକୁ ମିଳିବ । ବର୍ତ୍ତମାନ ଏହି ଫିଲ୍ମ ଅକ୍ଟୋବର ମାସରେ ଓଟିଟିରେ ରିଲିଜ ହେବ । ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ବ୍ରହ୍ମାସ୍ତ୍ରର ଓଟିଟି ରିଲିଜ ଘୋଷଣା କରାଯାଇଥିଲା । ଆମେରିକାର କାଲିଫର୍ନିଆରେ ଡିସ୍ନି ଷ୍ଟୁଡିଓର ୨୩ ଏକ୍ସପୋ ଇଭେଣ୍ଟରେ, ଡିସ୍ନି ଆନ୍ତର୍ଜାତୀୟ ବିଷୟବସ୍ତୁ ଏବଂ ସର୍କୁଲେସନ ଚେୟାରମ୍ୟାନ ରେବିକା କ୍ୟାମ୍ପବେଲ କିଛି ସପ୍ତାହ ପରେ ଡିସ୍ନି ପ୍ଲସ ହଟଷ୍ଟାରରେ ପ୍ରସାରିତ ହେବାକୁ ଥିବା ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଯୋଜନା ବିଷୟରେ ପ୍ରକାଶ କରିଥିଲେ । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଡିଜନି ପ୍ଲସ ହଟଷ୍ଟାର ବ୍ରହ୍ମାସ୍ତ୍ରର ଓଟିଟି ରାଇଟସ କିଣିଛି । କିନ୍ତୁ କେଉଁ ଦିନ ଏହା ରିଲିଜ ହେବ ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ ।