ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଫସିଥିବା ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ସାମୟିକ ଜାମିନ ଅବଧି କୋର୍ଟ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ପୂର୍ବରୁ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ସ୍ୱତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲ୍ଲିକ କହିଥିଲେ ଯେ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ବେଲ ଅର୍ଡ଼ର ପ୍ରସ୍ତୁତି ହୋଇ ନାହିଁ। ମଙ୍ଗଳବାର ଦିନ ଏହି ଅର୍ଡ଼ର ଆସିବାର ଥିଲା। କିନ୍ତୁ ଗୁରୁବାର ମାମଲାର ଶୁଣାଣି ପରେ ନିଜର ରାୟକୁ ଶୁକ୍ରବାର ପାଇଁ ସଂରକ୍ଷିତ ରଖିଥିଲେ କୋର୍ଟ । ଏହି ସମୟରେ ଉଭୟ ପକ୍ଷ ତଥା ଫର୍ଣ୍ଣାଣ୍ଡିଜ୍ ଓ ଇଡି ପକ୍ଷର ରାୟ ଶୁଣିଥିଲେ କୋର୍ଟ। ଆଜି କୋର୍ଟ ଫର୍ଣ୍ଣାଣ୍ଡିଜଙ୍କ ସାମୟିକ(ଟେମ୍ପରାରି) ବେଲକୁ ମଙ୍ଗଳବାର ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।