ଅଭିନେତ୍ରୀ ମାଲଭି ମାଲହୋତ୍ରାଙ୍କୁ ପ୍ରାଣଘାତୀ ଆକ୍ରମଣ

ମୁମ୍ବାଇ : ଅଭିନେତ୍ରୀ ମାଲଭି ମାଲହୋତ୍ରାଙ୍କୁ ପ୍ରାଣଘାତୀ ଆକ୍ରମଣ । କେତେକ ହିନ୍ଦୀ ଫିଲ୍ମ ଏବଂ ଟିଭି ଧାରାବାହିକରେ କାମ କରିଥିବା ମାଲଭିଙ୍କୁ ଗତକାଲି ରାତିରେ ଆକ୍ରମଣ ହୋଇଥିଲା । ପରେ ମାଲଭି ମାଲହୋତ୍ରାଙ୍କ ମୁମ୍ବାଇର କୋକିଳାବେନ ଅମ୍ବାନି ହସ୍ପିଟାଲରେ ଚିକିତ୍ସା ଚାଲିଛି।

ସୂଚନା ଅନୁସାରେ ଗତକାଲି ରାତିରେ ମାଲଭି ମାଲହୋତ୍ରାଙ୍କ ଜଣେ ପୁରୁଣା ବନ୍ଧୁ ତାଙ୍କ ଶରୀରକୁ ୩ଥର ଛୁରୀରେ ଆକ୍ରମଣ କରିଛନ୍ତି। ଆକ୍ରମଣର କାରଣ ଏବେ ଯାଏ ସ୍ପଷ୍ଟ ଜଣା ପଡିନାହିଁ । ଏହି ମାମଲାକୁ ନେଇ ମୁମ୍ବାଇର ଭର୍ସୋଭା ପୋଲିସ୍ ଥାନାରେ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଚିକିତ୍ସା ପରେ ଅଭିନେତ୍ରୀଙ୍କ ଅବସ୍ଥାରେ ସୁଧାର ଆସିଛି ବୋଲି କୁହାଯାଉଛି।