ସୁଖନିଦ୍ରାରେ ଆର୍ଜେଂଟିନା ଫୁଟବଲ ତାରକା ମେସି

ଖୁସିରେ ଆତ୍ମହରା ମେସି ଛାତିରେ ବିଶ୍ୱକପ୍‌ ଲଗାଇ ସୁଖନିଦ୍ରା ଯାଇଥିଲେ….

ନୂଆଦିଲ୍ଲୀ: ଫୁଟବଲ ବିଜେତା ମେସିଙ୍କ ଟିମକୁ ପ୍ରାୟ ୪୦ ଲକ୍ଷ ଲୋକ ସ୍ୱାଗତ କରିଛନ୍ତି । ରାଜଧାନୀ ବ୍ୟୁନ୍ସ ଆୟର୍ସରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଥିଲା । ହସଖୁସିର ମାହୋଲ ଭିତରେ ମେସିଙ୍କ ସମେତ ଆହୁରି କିଛି ଖେଳାଳି ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷା ପାଇଥିଲେ । ବିପୁଳ ଲୋକଙ୍କ ଗହଣରେ ଖେଳାଳିଙ୍କୁ ଧରି ଆଗକୁ ମାଡ଼ି ଚାଲିଥିବା ବସଟିର ଛାତ ଉପରେ ବସିଥିଲେ ମେସିଙ୍କ ସମେତ ୫ ଖେଳାଳି ।

ହଠାତ୍‌ ସାମ୍ନାରେ ପଡ଼ିଥିଲା ଏକ ବିଜୁଳି ତାର । ମେସି ଓ ତାଙ୍କ ପାଖରେ ବସିଥିବା ଖେଳାଳିମାନେ ହଠାତ୍‌ ମୁଣ୍ଡ ତଳକୁ କରି ନଇଁ ପଡ଼ିଲେ, ବସଟି ଆଗକୁ ଚାଲିଯାଇଥିଲା । ଘଟଣାଟି ସମସ୍ତଙ୍କୁ ସହଜ ମନେ ହେଉଥିଲା । ମାତ୍ର ବିଜୁଳି ତା’ର ସଂସ୍ପର୍ଶରେ ଆସିଥିଲେ ପରିସ୍ଥିତି କ’ଣ ହୋଇଥାନ୍ତା? ଜନସମୁଦ୍ରରୁ ମେସିଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟର ଦରକାର ପଡ଼ିଥିଲା । ଖୁସିରେ ଆତ୍ମହରା ମେସି ଛାତିରେ ବିଶ୍ୱକପ୍‌ ଲଗାଇ ସୁଖନିଦ୍ରା ଯାଇଥିଲେ ।

ଟ୍ରଫିକୁ ଚୁମ୍ବନ ଦେବା ସହିତ ଟେବୁଲ ଡ୍ୟାନ୍ସ କରିବାକୁ ଭୁଲି ନଥିଲେ । ତାଙ୍କର ଏଭଳି ହାବଭାବକୁ ସୁଟିଂ କରି ସେ ନିଜେ ହିଁ ସୋସିଆଲ ମିଡିଆରେ ଭାଇରାଲ୍‌ କରିଛନ୍ତି । ଡିସେମ୍ବର ୧୮ ତାରିଖରେ ଫିଫା ଫାଇନାଲ ଅନୁଷ୍ଠିତ ହୋଇଥିଲା । ଫ୍ରାନ୍ସକୁ ପେନାଲଟିରେ ହରାଇ ଆର୍ଜେଂଟିନା ଟ୍ରଫି ମାରି ନେଇଥିଲା । ମେସିଙ୍କ ସୁଖନିଦ୍ରାକୁ ପ୍ରଶଂସକମାନେ ଭିନ୍ନ ଢଙ୍ଗରେ ମନ୍ତବ୍ୟ ଦେଇଛନ୍ତି । କିଛି ପ୍ରଶଂସକ ‘ବିଶ୍ୱକପ୍‌ ଜିତିବା ପରେ ସୁଖନିଦ୍ରାରେ ମେସି’ କମେଂଟ କରିଥିଲା ବେଳେ କିଛି ପ୍ରଶଂସକ କମେଂଟ କରିଛନ୍ତି, ‘ସୁଖନିଦ୍ରା ଘେନ ଫୁଟବଲ ରାଜା’ ।

ମେସି ପଂଚମ ଥର ପାଇଁ ବିଶ୍ୱକପ୍‌ ଖେଳିବାର ସୌଭାଗ୍ୟ ପାଇଥିଲେ । ୨୦୦୬ରେ ମେସି ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଖେଳିଥିଲେ । ୨୦୦୬ରେ ଆର୍ଜେଂଟିନା ବିଶ୍ୱକପ୍‌ ଜିତି ପାରିଲାନି । ଆର୍ଜେଂଟିନା ୧୯୭୮ ଓ ୧୯୮୬ରେ ବିଶ୍ୱକପ ଜିତିଥିଲା । ତୃତୀୟ ଥର ପାଇଁ ଆର୍ଜେଂଟିନା ବିଶ୍ୱକପ୍‌ ଲାଭ କରିଛି ।