ମୁମ୍ବାଇ: ବିଚିତ୍ର ଭାବନା! ସୁଟିଂ ସେଟ୍ରେ ଆତ୍ମହତ୍ୟା କରିଛନ୍ତି ଟିଭି ଅଭିନେତ୍ରୀ ତୁନିଷା ଶର୍ମା । ଆତ୍ମହତ୍ୟା କ’ଣ ଏତେ ସହଜ? ମଣିଷ ଜୀବନ ଦୁର୍ଲଭ ଜୀବନ । ଏହି ଜନ୍ମକୁ ପବିତ୍ର କାମରେ ବିନିଯୋଗ କରି ପୁନର୍ଜନ୍ମ ଚକ୍ରବ୍ୟୁହରୁ ମୁକ୍ତି ପାଇବା ପ୍ରତ୍ୟେକ ମଣିଷର ପରମ ଉଦ୍ଦେଶ୍ୟ ରହିବା ଦରକାର । ମାତ୍ର ମାନସିକ ଅବସାଦ ଭିତରେ ବୁଡ଼ି ରହି ପୁରୁଷ ଓ ମହିଳାମାନେ ଆତ୍ମହତ୍ୟାକୁ ଶ୍ରେୟସ୍କର ମଣୁଛନ୍ତି।
୨୦ ବର୍ଷୀୟା ତୁନିଷା ଏକ ମ୍ୟୁଜିକ୍ ଭିଡିଓ ସୁଟିଂ କରିବାର ଥିଲା । ସେଟ୍ ଉପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ । ହସ୍ପିଟାଲକୁ ନେବା ବାଟରେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେଟ୍ ନିକଟରେ ମହଜୁଦ ଲୋକଙ୍କ ମତରେ ଆତ୍ମହତ୍ୟାର ଠିକ୍ ପୂର୍ବରୁ ତୁନିଷା ବେଶ ସ୍ୱାଭାବିକ ଥିଲେ । ସେ ଇନ୍ଷ୍ଟାଗ୍ରାମରେ ଫଟୋ ଓ ନୋଟ୍ ଶେୟାର କରିଥିଲେ ।
ଚଳଚ୍ଚିତ୍ର ‘ଫିତୁର’ରେ ତୁନିଷା ଅଭିନେତ୍ରୀ କାଟ୍ରିନା କୈଫଙ୍କ ପିଲାଦିନର ଭୂମିକା ତୁଲାଇଥିଲେ । ତା’ ସହିତ ଅଲୀବାବା ଦାସ୍ତାନେ କାବୁଲ’ରେ ତୁନିଷା ରାଜକୁମାରୀ ମରିୟମଙ୍କ ଭୂମିକା ତୁଲାଇଥିଲେ । ବାରବାର ଦେଖୋ, କାହାନୀ-୨, ଦବଙ୍ଗ-୩ରେ ବାଳ କଳାକାର ଚରିତ୍ରରେ ଅଭିନୟ କରିଥିଲେ ତୁନିଷା । ଶୁଣିବାକୁ ମିଳୁଛି, ସେ ଗର୍ଭବତୀ ଥିଲେ । ତାଙ୍କ ପ୍ରେମିକ ବିବାହ ପାଇଁ ଅରାଜି ହେବାରୁ ସେ ଚିନ୍ତାଗ୍ରସ୍ତ ରହୁଥିଲେ ।