ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମ୍ସିଡି) ମେୟର ପଦବୀ ପାଇଁ ବିଜେପି ପକ୍ଷରୁ ରେଖା ଗୁପ୍ତାଙ୍କ ନାମ ଘୋଷଣା କରାଯାଇଛି । ପୂର୍ବରୁ ଆମ୍ ଆଦ୍ମୀ ପାର୍ଟି ମେୟର ପଦବୀ ପାଇଁ ଶୈଲୀ ଓବରାୟ ଓ ଉପ-ମେୟର ପଦବୀ ପାଇଁ ଅଲୀ ଅହମଦ ଇକବାଲଙ୍କ ନାମ ଘୋଷଣା କରିଛି ।
ମେୟର ନିର୍ବାଚନ ପୂର୍ବରୁ ସ୍ୱାଧୀନ ସଭ୍ୟ ଗଜେନ୍ଦ୍ର ଦରାଲ ଇତିମଧ୍ୟରେ ବିଜେପିରେ ମିଶିଛନ୍ତି । ଗଜେନ୍ଦ୍ର ମୁଣ୍ଡକା’ରୁ ନିର୍ବାଚିତ ହୋଇଛନ୍ତି । ଦିଲ୍ଲୀ ମେୟର ପଦବୀ ପାଇଁ ଜାନୁଆରୀ ୬ ତାରିଖରେ ମତଦାନ ଗ୍ରହଣ କରାଯିବ । ୨୫୦ ଆସନ ବିଶିଷ୍ଟ ଦିଲ୍ଲୀ ନଗର ନିଗମ ନିର୍ବାଚନରେ ଆପ୍ ୧୩୪ ଓ ବିଜେପି ୧୦୪ଟି ଆସନରେ ଜିତାପଟ ହାସଲ କରିଛି ।