ଅହମ୍ମଦାବାଦ ଟେଷ୍ଟ ଡ୍ର: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଚତୁର୍ଥ ସିରିଜ ବିଜୟ
ପରିଣାମ ନ ବାହାରିବା କାରଣରୁ ଦୁଇ ଅଧିନାୟକ ବୁଝାମଣାରେ ନିର୍ଦ୍ଧାରିତ ସମୟର….
ଅହମ୍ମଦାବାଦ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ କ୍ରମାଗତ ଚତୁର୍ଥ ଥର ସିରିଜ ଜିତିଛି । ଚାରିଟି ମ୍ୟାଚ୍ ବିଶିଷ୍ଟ ସିରିଜର ଶେଷ ମୁକାବିଲା ଅମୀଂମାସିତ ରହିବା କାରଣରୁ ଭାରତ ୨-୧ ବ୍ୟବଧାନରେ ସିରିଜ ବିଜୟୀ ହୋଇଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ କ୍ରମାଗତ ଚାରିଥର ପରାସ୍ତ କରିଥିବା ପ୍ରଥମ ଏସୀୟ ଦଳ । ତା’ ସହିତ ଭାରତ କ୍ରମାଗତ ଷଷ୍ଠଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଜିତିଛି । ୨୦୦୪ରେ ଟିମ୍ ଇଣ୍ଡିଆକୁ ନିଜ ପିଚ୍ରେ ଶୋଚନୀୟ ଭାବେ ହାରିବାକୁ ପଡ଼ିଥିଲା ।
ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି ବ୍ୟାଟିଂ କରି ଦୁଇ ୱିକେଟ୍ ବିନିମୟରେ ୧୭୫ ରନ୍ କରି ପାଳି ସମାପ୍ତି ଘୋଷଣା କରିଥିଲା । ପରିଣାମ ନ ବାହାରିବା କାରଣରୁ ଦୁଇ ଅଧିନାୟକ ବୁଝାମଣାରେ ନିର୍ଦ୍ଧାରିତ ସମୟର ଏକଘଂଟା ପୂର୍ବରୁ ମ୍ୟାଚ୍ ସମାପ୍ତି ଘୋଷଣା କରାଯାଇଥିଲା । ଅହମ୍ମଦାବାଦ ଟେଷ୍ଟର ସାରାଂଶ ହେଉଛି, ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମ ପାଳି ବ୍ୟାଟିଂ କରି ୪୮୦ ରନ୍ କରିଥିଲା । ଜବାବରେ ଭାରତ ୫୭୧ ରନ୍ କରି ପ୍ରଥମ ପାଳିରେ ୯୧ ରନ୍ ଆଗୁଆ ଥିଲା ।