ପଇଡ଼ ପାଣିର ଉପକାରିତା ବିଷୟରେ ଜାଣନ୍ତୁ…

ଏହାକୁ ପିଇବା ଦ୍ୱାରା ପେଟ ରୋଗଜନିତ ଅନେକ ସମସ୍ୟାର….

ଆପଣ ପଇଡ଼ ପାଣି ପିଇବାର ଅଭ୍ୟାସ ରଖିଛନ୍ତି ତ? ଯଦି ରଖିନାହାନ୍ତି ତେବେ ତୁରନ୍ତ ଅଭ୍ୟାସ କରନ୍ତୁ। ସଂସାରରେ ଯେତେ ପ୍ରକାରର ପାନୀୟ ରହିଛି ସବୁଠାରୁ ଉତ୍ତମ ହେଉଛି ପଇଡ଼ପାଣି। ଏହାକୁ ପିଇବା ଦ୍ୱାରା ପେଟ ରୋଗଜନିତ ଅନେକ ସମସ୍ୟାର ସମାଧାନ କରାଯାଇପାରେ।

ଗୋଟିଏ ପଇଡ଼ରେ ମାତ୍ର ୪ ପ୍ରତିଶତ ଫଳ ଓ ୯୪ ପ୍ରତିଶତ ଜଳ ଭାଗ ଥାଏ। ଏଥିରେ କାର୍ବସ, ଫାଇବର୍‌, ପ୍ରୋଟିନ୍‌, ଭିଟାମିନ୍‌, ମ୍ୟାଗ୍‌ନେସିୟମ୍‌, ମାଗାନିଜ୍‌, ପଟ୍ଟାସିୟମ, ସୋଡିୟମ୍‌ ଓ କ୍ୟାଲ୍‌ସିୟମ୍‌ ରହିଛି।

ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ୍‌ ବି ରହିଛି। ପଇଡ଼ରେ ମଧୁମେହ ରୋଗ ସହ ଲଢ଼ିପାରିବାର ଶକ୍ତି ରହିଛି। ରୀତିମତ ପଇଡ଼ ପାଣି ପିଇଲେ ମଧୁମେହକୁ ଆୟତ୍ତରେ ରଖାଯାଇ ପାରେ। ଏହା ରକ୍ତରେ ଶର୍କରା ଭାଗକୁ ଆୟତ୍ତରେ ରଖେ।