ଲଣ୍ଡା ହେବେ ବିଜେପି ନେତା ସୁରେଶ ପୂଜାରୀ

ଚାଲୁଣୀ କହୁଛି ଛୁଂଚିକୁ: ଆଗୁଆ ନିର୍ବାଚନ ଦଶା ଭୋଗିଛି ବିଜେପି

୨୦୦୪ରେ ଓଡିଶାରେ ବିଜେପି-ବିଜେଡି ଭାଗୁଆଳି ସରକାର ଥିଲା । ସେତେବେଳେ ବିଜେଡିର ଆଗୁଆ ବିଧାନସଭା ନିର୍ବାଚନ ନିଷ୍ପତିକୁ #ବିଜେପି ପ୍ରତିବାଦ କରି ନଥିଲା । ୨୦୦୪ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଗୁଆ ଲୋକସଭା ନିର୍ବାଚନ କରିବାକୁ ନିଷ୍ପତି ନେଲେ । ପରିଣାମ କ’ଣ ହେଲା? ବିଜେପି ନେତୃତ୍ୱାଧୀନ ମେଂଟ ହାତରୁ କ୍ଷମତା ଚାଲିଗଲା ଉପା ହାତକୁ । ମାତ୍ର ୨୦୦୪ରେ ଓଡ଼ିଶାରେ #ବିଜେଡି-ବିଜେପି ସରକାର ପୁଣି କ୍ଷମତାସୀନ ହେଲା । ଆଗୁଆ ନିର୍ବାଚନକୁ କେନ୍ଦ୍ର କରି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଆହ୍ୱାନ ଖୋଦ ବିଜେପି ପାଇଁ ଅଭିଶାପ ପାଲଟିବ ବୋଲି #ରାଷ୍ଟ୍ରୀୟ ପରିବର୍ତନ ଦଳ କହିଛି।

ଆଗୁଆ ନିର୍ବାଚନ ହେଲେ ବିଜେପିର ସବୁ କେନ୍ଦ୍ରୀୟ #ନେତା ଓଡ଼ିଶାରେ ଆସ୍ଥାନ ଜମାଇଲେ କିଛି ଲାଭ ହେବନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେର ଏତେ ଭିତରକୁ ଯାଇଛି ଯେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଓଡିଶାରେ ଘନଘନ ପ୍ରଚାର କଲେ ମଧ୍ୟ ବିଜେଡି କ୍ଷମତାସୀନ ହେବା ସୁନିଶ୍ଚିତ।

#ଲୋକସଭା ନିର୍ବାଚନ ସମୟରେ #ବିଧାନସଭା ନିର୍ବାଚନ କରିବାର ପ୍ରକ୍ରିୟା ଅଟଳ ବିହାରୀ ବାଜପେୟୀଙ୍କ ଅମଳରୁ ଆରମ୍ଭ ହୋଇଛି । ୨୦୦୯, ୨୦୧୪, ୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ କ୍ଷମତାଚ୍ୟୁତ କରି ପାରିଲାନି ବିଜେପି । ଏବେ ଫୁଟାଣି ମାରୁଛନ୍ତି ସୁରେଶ ପୂଜାରୀ । ୨୦୨୪ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ କ୍ଷମତାଚ୍ୟୁତ କରି ନପାରିଲେ, ସୁରେଶ ପୂଜାରୀ #ନଣ୍ଡା ହୋଇ ଭୁବନେଶ୍ୱର ବିଜେପି ମୁଖ୍ୟାଳୟରୁ ରାଜଭବନ ଯାଏ ଚାଲିଚାଲି ଯିବେ ତ?