ଅଭିଶପ୍ତ ଟାଇଟନ୍ ଭିତରେ ହତଭାଗ୍ୟ ଦାଉଦ ବାପ-ପୁଅ
ଆଟଲାଂଟିକ ମହାସାଗରରେ ଜଳସମାଧି ନେଇଥିବା ଟାଇଟାନିକ୍ ନିକଟରେ ଠାବ କରାଯାଇଛି ଅଭିଶପ୍ତ ଟାଇଟନକୁ । ଟାଇଟନଟି କୌଣସି କାରଣରୁ ବିସ୍ଫୋରଣର ଶିକାର ହୋଇଥିଲା । ବୁଡ଼ାଳିମାନେ ସମୁଦ୍ରର ପ୍ରାୟ ୧୨ କିଲୋମିଟର ଗଭୀରକୁ ଯାଇ ଉଭୟ ଟାଇଟାନିକ ଓ ଟାଇଟନକୁ ଦେଖିଛନ୍ତି । ଟାଇଟାନିକ ଭଗ୍ନାବଶେଷକୁ ଦେଖିବାର ଅଭିଳାଷ ୫ ଜଣ କୋଟିପତିଙ୍କୁ ମରଣମୁହଁକୁ ଟାଣି ନେଇଥିଲା ।
ଜୁନ ୧୮ ତାରିଖରେ ଆଟଲାଂଟିକ ମହାସାଗର ଗର୍ଭରେ ପ୍ରାୟ ସାଢେ଼ ୧୨ ହଜାର ଫୁଟ ଗର୍ଭରେ ରହିଥିବା ଟାଇଟାନିକ ନିକଟକୁ ଜୁନ ୧୮ ତାରିଖରେ ଯାଉଥିଲା କ୍ଷୁଦ୍ର ବୁଡ଼ାଜାହାଜ ଟାଇଟାନ । ଉକ୍ତ ବୁଡ଼ାଜାହାଜରେ ବସିଥିଲେ ୫ ଜଣ କୋଟିପତି । ସେହି କୋଟିପତି ବ୍ୟବସାୟୀଙ୍କ ଭିତରେ ଥିଲେ ପାକିସ୍ତାନର କୋଟିପତି ବ୍ୟବସାୟୀ ଦାଉଦ ବାପ-ପୁଅ ।
ପାକ୍ ବ୍ୟବସାୟୀ ଶେହଜାଦ ଦାଉଦ ଓ ତାଙ୍କର ୧୯ ବର୍ଷୀୟ ପୁଅ ସୁଲେମାନ ଆଉ ନାହାନ୍ତି । ରହିଯାଇଛନ୍ତି ଶେହଜାଦଙ୍କ ପତ୍ନୀ ଖ୍ରୀଷ୍ଟିନେ ଦାଉଦ ଓ ୧୭ ବର୍ଷର ଝିଅ ଆଲିନା । ସ୍ୱାମୀ ଓ ପୁଅଙ୍କୁ ହରାଇବା ପରେ ପ୍ରଥମ ଥର ପାଇଁ ମିଡିଆ ଆଗରେ ପାଟି ଖୋଲିଛନ୍ତି ଖ୍ରୀଷ୍ଟିନେ ।
ଖ୍ରୀଷ୍ଟିନେ ଦାଉଦ କହିଛନ୍ତି, ତାଙ୍କ ସ୍ୱାମୀ ଶେହଜାଦ ପୃଥିବୀର ବହୁ ଅଜଣା ତଥ୍ୟର ଗୂଢ଼ ରହସ୍ୟ ଜାଣିବାକୁ ଆଗ୍ରହୀ । ଚର୍ଚ୍ଚିତ ଜାହାଜ ଟାଇଟାନିକ ବୁଡ଼ିବାର ରହସ୍ୟ ଜାଣିବା ପାଇଁ ଉଭୟ ବାପପୁଅ ଭାରି ଆଗ୍ରହୀ ଥିଲେ । କେବଳ ସେ ଦୁହେଁ ନୁହନ୍ତି, ଆମେ ସମସ୍ତେ ମିଳିମିଶି ଟାଇଟନରେ ଯିବାକୁ ବାହାରିଥିଲୁ ।
କୋଭିଡ୍ ମହାମାରୀ ସଂକ୍ରମଣ ପୂର୍ବରୁ ଆମେ ଟାଇଟାନିକ ନିକଟକୁ ଯିବାକୁ ବାହାରିଥିଲୁ । ମାତ୍ର କୋଭିଡ୍ କାରଣରୁ ଆମ ଦୁଃସାହସିକ ଜଳଯାତ୍ରା ସ୍ଥଗିତ ରଖିବାକୁ ବାଧ୍ୟ ହେଲୁ । ଟାଇଟନ ବୁଡ଼ାଜାହାଜ ଆକାର ପ୍ରାୟ ଡଷ୍ଟର କାର ଭଳି । ତାକୁ ସମୁଦ୍ରରେ ଛାଡ଼ିଥିବା ପ୍ରିନ୍ସ ଜାହାଜର ଡେକ୍ ଉପରେ ଠିଆ ହୋଇଥିଲେ ଖ୍ରୀଷ୍ଟିନେ ଓ ତାଙ୍କ ଝିଅ ଆଲିନା । ବାପ-ପୁଅଙ୍କୁ ମେଲାଣି ଦେଇ ମା-ଝିଅ ସେମାନଙ୍କର ଫେରିବା ବାଟକୁ ଅନାଇ ରହିଥିଲେ । ମାତ୍ର ସମୁଦ୍ର ଗର୍ଭକୁ ଯିବାର ଏକଘଂଟା ୪୫ ମିନିଟ୍ ପରେ ପ୍ରିନ୍ସ ସହିତ ଟାଇଟାନର ଯୋଗାଯୋଗ ବିିିଚ୍ଛିନ୍ନ ହୋଇଗଲା ।
ଖବରଟି ବିଜୁଳି ବେଗରେ ଖେଳିଯିବା ମାତ୍ରେ ତଟରକ୍ଷୀ ବାହିନୀ ଓ ଆମେରିକା ନୌସେନା ପକ୍ଷରୁ ଟାଇଟନ୍ ଖୋଜା ଆରମ୍ଭ ହୋଇଗଲା । ଟାଇଟନ ଭିତରେ ୯୬ ଘଂଟା ପାଇଁ ଅମ୍ଳଜାନ ଥିବାରୁ ମୁଁ ଓ ମୋ ଝିଅ ମନରେ ଆଶା ଥିଲା ଯେ ଆମେରିକା ନୌସେନା ଓ ତଟରକ୍ଷୀ ବାହିନୀର ଅଭିଜ୍ଞ ବୁଡ଼ାଳିମାନେ ଟାଇଟନକୁ ଖୋଜି ପାଇଯିବେ ।
୯୬ ଘଂଟା ଟପିଯିବା ପରେ ଆମ ଦୁହିଁଙ୍କ ମନରେ ନାନା ଆଶଙ୍କା ଜନ୍ମିଥିଲା । ମୋ ଝିଅ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲା । ତାକୁ ପ୍ରବୋଧନା ଦେବି କି ନିଜକୁ ବୁଝାଇବି; କୌଣସି ନିଷ୍ପତି ନେଇପାରୁ ନଥିଲି । ବହୁଚେଷ୍ଟା କରାଯିବାରୁ ଟାଇଟନ ମିଳିଲା, ମାତ୍ର ମୋ ପରିବାର ଉଜୁଡ଼ିଗଲା ।