ଡର କାହାକୁ: ଯୋଗୀ ଅଛନ୍ତି ଚଉବାହାକୁ

ପରଲୋକଗତ ଗ୍ୟାଙ୍ଗଷ୍ଟର ଆତିକ ମାଡ଼ି ବସିଥିବା ଜମିରେ ୭୬ ପରିବାରକୁ ଥଇଥାନ କରାଯାଇଛି । ପ୍ରୟାଗରାଜରେ ଗରିବଙ୍କୁ ଘର ସ୍ୱପ୍ନ ପୂରଣ ହୋଇଯାଇଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହାତରୁ ଘରଚାବି ପାଇବା ପରେ ହିତାଧିକାରୀମାନେ ଖୁସିରେ ଆତ୍ମହରା ହୋଇଛନ୍ତି । ହିତାଧିକାରୀଙ୍କ ମୁହଁରେ ଗୋଟିଏ କଥା ଶୁଣିବାକୁ ମିଳିଛି, ଯୋଗୀ ଅଛନ୍ତି ତ ଡର କାହାକୁ? ରାଜ୍ୟରେ ଆଉ ମାଫିଆ ରାଜ ନାହିଁ । ଯୋଗୀ ସରକାର ଆମକୁ ଘର ଯୋଗାଇ ଦେଇଛନ୍ତି ।

ମାଫିଆ ଅତିକ ଅହମଦଙ୍କ କବଳରୁ ମୁକୁଳା ଯାଇଥିବା ଜମିରେ ଫ୍ଲାଟ୍‌ ପାଇ ମୁସଲିମ ମହିଳା ହିତାଧିକାରୀ ଖୁସି ହୋଇଯାଇଛନ୍ତି । ଜଣେ ମହିଳା ହିତାଧିକାରୀ କହିଛନ୍ତି, ମାଫିଆ ଖତମ ହୋଇଯାଇଛି । ଯୋଗୀଙ୍କ ଦୟାରୁ ଆମେ ସ୍ଥାୟୀ ଘରଟିଏ ପାଇଛୁ । ତାଙ୍କୁ କୋଟିକୋଟି ଧନ୍ୟବାଦ ।

ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୁକରଗଞ୍ଜରେ ତିଆରି ହୋଇଥିବା ଫ୍ଲାଟଗୁଡ଼ିକୁ ବୁଲି ଦେଖିଥିଲେ । ତା’ ପରେ ହିତାଧିକାରୀଙ୍କୁ ଘରଚାବି ଦେଇଥିଲେ । ଫ୍ଲାଟ ନିକଟରେ ଚାରାରୋପଣ କରିଥିଲେ ।