ଆସନ୍ତା ୪୫ ଦିନ ଭିତରେ ବିଜେଡିରେ ଭୂକମ୍ପ ଘଟିବାର ପୂର୍ବାନୁମାନ କରାଯାଇଛି । ଏପରିକି ଭିକେ ପାଣ୍ଡିଆନଙ୍କ କ୍ୟାରିୟରରେ ଦାଗ ଲାଗିବାର ଆଶଙ୍କା କରାଯାଉଛି । ଏହିଭଳି କିଛି ଭବିଷ୍ୟବାଣୀ କରିଛନ୍ତି ଜଣେ ଜ୍ୟୋବିର୍ବିଦ । ସଂପୃକ୍ତ ଜ୍ୟୋତିଷଙ୍କ ମତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆଗାମୀ ୪୫ ଦିନ ଅତି ଗୁରୁତ୍ୱପୂର୍ଣ୍ଣ । ତାଙ୍କ ବିରୋଧରେ ମହାଭିଯୋଗ ଅଣାଯିବାର ଆଶଙ୍କା କରାଯାଉଛି । ଏପରିକି ତାଙ୍କୁ ଇସ୍ତଫା ଦେବାକୁ ପଡ଼ିପାରେ ବୋଲି କୁହାଯାଉଛି ।
ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ କୋଉ ଦଳ ଓଡ଼ିଶାରେ ସରକାର ଗଠନ କରିବ ବୋଲି ଏକ ପ୍ରଶ୍ନର ଜବାବରେ ମୟୁରଭଞ୍ଜ ରାଜାଙ୍କର ରାଜପୁରୋହିତ ଆଚାର୍ଯ୍ୟ ଜଳଧର କହିଛନ୍ତି, ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡିକୁ ଅଧିକ ଆସନ ମିଳିବ ମାତ୍ର ସରକାର ଗଠନ କରିବା ପାଇଁ ତାକୁ କିଛି ସ୍ୱାଧିନ ବିଧାୟକଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ।
ବିଜେପି ପକ୍ଷରୁ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଘୋଷଣା କରାଯାଇନି । କଂଗ୍ରେସ ମଧ୍ୟ ନିର୍ବାଚନ ପୂର୍ବରୁ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବନି । ବିଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଦ ନବୀନ ପଟ୍ଟନାୟକ ।