ବାଲେଶ୍ୱର(ଏସ୍ ନ୍ୟୁଜ): ବାଲେଶ୍ୱର ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ୧୪ ରାଉଣ୍ଡର ଭୋଟ୍ ଗଣତି ଶେଷ ହୋଇଛି। ଏହି ସମୟରେ ବାଲେଶ୍ୱର ଉପନିର୍ବାଚନ ଚର୍ଚ୍ଚିତ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ୪୬୬ ଖଣ୍ଡ ଭୋଟ୍ ମିଳିଛି।
ତେବେ ସୋଶାଲ୍ ମିଡିଆରେ ବିଜେଡି ଓ ବିଜେପିଠାରୁ ଅଧିକ ଚର୍ଚ୍ଚାରେ ଥିଲେ ବେଣୁ ମଉସା କିନ୍ତୁ ପଛରେ ପଡିଯାଇଛନ୍ତି । ୧୪ ରାଉଣ୍ଡ ଭୋଟ୍ ଗଣତି ସୁଦ୍ଧା ବେଣୁ ମଉସାଙ୍କୁ ମାତ୍ର ୪୬୬ ଖଣ୍ଡ ଭୋଟ୍ ମିଳିଛି, ଯାହାକି ଅତ୍ୟନ୍ତ ନୈରାଶ୍ୟଜନକ।ସ୍ୱାଧୀନ ପ୍ରାର୍ଥୀ ବେଣୁ ମଉସାଙ୍କୁ ନେଇ ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଭୋଟ୍ ଗଣତିରେ ବେଣୁ ମଉସା ବହୁ ପଛରେ ପଡ଼ିଯାଇଛନ୍ତି।୧୪ ରାଉଣ୍ଡ ସୁଦ୍ଧା ବିଜେଡି ତା’ର ଆଗୁଆ ବଜାଇ ରଖିଛି। ସେହିପରି ବିଜେପି ଦ୍ୱିତୀୟରେ ରହିଥିବା ବେଳେ କଂଗ୍ରେସ ୩୩୩୭ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛି।