ରାଜ୍ୟସଭାର ନିୟମ ପୁସ୍ତିକା (ପୃଷ୍ଠା-୯୨) ନିୟମ ୨୬୭ ମୁତାବକ ରାଜ୍ୟସଭାର ଯେକୌଣସି ସଭ୍ୟ ଦେଶର ନିହିତ ସ୍ୱାର୍ଥକୁ ପ୍ରାଥମିକତା ଦେଇ ସଦନରେ ଚାଲିଥିବା ସ୍ୱାଭାବିକ ଆଲୋଚନା ମଝିରେ ହସ୍ତକ୍ଷେପ କରିପାରିବେ । ୧୯୯୦ ପରଠାରୁ ନିୟମ ୨୬୭କୁ ୧୧ ଥର ବ୍ୟବହାର କରାଯାଇଛି । ଶେଷଥର ପାଇଁ ୨୦୧୬ରେ ନୋଟବନ୍ଦୀ ପାଇଁ ବ୍ୟବହାର କରାଯାଇଥିଲା । ତକ୍ରାଳୀନ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ବାଚସ୍ପତି ମହମ୍ମଦ ହମିଦ ଆନସାରୀ ଉକ୍ତ ନିୟମକୁ ପୁରାପୁରି ପାଳନ କରିଥିଲେ ।
ମାତ୍ର ମୋଦି ସରକାରଙ୍କ ଯୁକ୍ତି ହେଉଛି, ନିୟମ ୧୭୬ ଅନୁସାରେ ମଣିପୁର ରକ୍ତପାତ ସଂପର୍କୀତ ଆଲୋଚନା ଅଢେ଼ଇ ଘଂଟାରୁ ବେଶି ସମୟ ଚାଲି ପାରିବନି । ନିୟମ ୧୭୬ ଅନୁସାରେ ନିହାତି ଦରକାର ପଡ଼ିଲେ, ଯେକୌଣସି ସଭ୍ୟଙ୍କ ଲିଖିତ ନିସର୍ତ ପ୍ରସଙ୍ଗକୁ ସମ୍ମାନ ଜଣାଇ ଗୃହରେ ଆଲୋଚନା କରା ଯାଇପାରିବ ।
ତେବେ ଉକ୍ତ ପ୍ରସ୍ତାବ ଉପରେ ଦୁଇଜଣ ଅତିରିକ୍ତ ସଭ୍ୟଙ୍କର ସ୍ୱାକ୍ଷର ରହିବା ଦରକାର । ବାଚସ୍ପତି ଚାହିଁଲେ ଉକ୍ତ ପ୍ରସ୍ତାବ ପାଇବାର କିଛିଘଂଟା ଭିତରେ ଅବା ତା’ ପରଦିନ ସଂପୃକ୍ତ ସଭ୍ୟଙ୍କ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅନୁମତି ଦେଇପାରିବେ । ତେବେ ଉକ୍ତ ଆଲୋଚନା ଶେଷରେ ମତଦାନ ବ୍ୟବସ୍ଥା ନାହିଁ ।