ଏପ୍ରିଲରେ ଆକାଉଂଟାଟ ପରୀକ୍ଷା ବାତିଲ, ଜେଇ(ସିଭିଲ) ପରୀକ୍ଷା ବାତିଲ, ୨୦୨୨ରେ ଆସିଷ୍ଟାଂଟ ସେକ୍ସନ୍ ଅଫିସର (ଏଏସଓ) ପରୀକ୍ଷା ବାତିଲ ସଂପର୍କୀତ ମାମଲା ବିଚାରାଧୀନ, ୨୦୧୮ରେ ବିଜ୍ଞପ୍ତି ଅନୁଯାୟୀ କମ୍ବାଇନ୍ଡ ପୁଲିସ ସର୍ଭିସ ଏକ୍ଜାମିନେସନ୍ ୨୦୨୨ ଜୁଲାଇରେ ହୋଇଥିଲା । ପ୍ରଶ୍ନପତ୍ର ତ୍ରୁଟି କାରଣରୁ ତା’ର ପ୍ରଥମ ପରୀକ୍ଷାକୁ ବାତିଲ କରାଯାଇଥିଲା । ରାଜ୍ୟ ସରକାରଙ୍କ ଅଧୀନ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ (ଓଏସଏସସି), ଓଡ଼ିଶା ପବ୍ଳିକ୍ ସର୍ଭିସ କମିଶନ (ଓପିଏସସି) ଓ ଓଡ଼ିଶା ପୁଲିସ ନିଯୁକ୍ତି ପରିଷଦ ପରିଚାଳିତ ପରୀକ୍ଷା ଗୁଡ଼ିକର ସ୍ୱଚ୍ଛତା ପ୍ରତି ସନ୍ଦେହ ଉପୁଜିଛି । ଫଳରେ ଲକ୍ଷାଧିକ ଚାକିରି ଆଶ।ୟୀଙ୍କ ଜୀବନ ସହିତ ଖେଳୁଛନ୍ତି ନବୀନ ସରକାର ।
ପରୀକ୍ଷା ବିଭ୍ରାଟ ପରେ ସରକାରଙ୍କର ନିରବତା ପରୀକ୍ଷାର୍ଥୀଙ୍କ ଆଶା ଭରସାକୁ ମାଟିରେ ମିଶାଇ ଦେଇଛି । ପରୀକ୍ଷା ବିଭ୍ରାଟ ପଛରେ ବଡ଼ବଡ଼ିଆ ଅଫିସରଙ୍କ ସଂପୃକ୍ତି ରହୁଥିବା ଆଶଙ୍କା କରାଯାଉଛି । ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ପରୀକ୍ଷା ବିଭ୍ରାଟର କାରଣ ଅନ୍ୟ ଏକ ବିରାଟ ସଫଳତା । ବିଜେଡି ସରକାରଙ୍କର ଚାକିରି ନିଲାମ ପ୍ରସଙ୍ଗ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ସୂଚନା ମୁତାବକ ରାଜ୍ୟରେ ୨ ଲକ୍ଷ ୨୬ ହଜାରରୁ ଅଧିକ ସରକାରୀ ପଦବୀ ଖାଲିପଡ଼ିଛି । ତାହାକୁ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଉଛି, ପରୀକ୍ଷା ହେଉଛି, ପରୀକ୍ଷା ବାତିଲ ହେଉଛି । ତା’ରି ଭିତରେ ସରକାରୀ ଦଲାଲ ଓ ଘରୋଇ ଦଲାଲ ଭିତିରିଆ କାମ କରୁଛନ୍ତି । ପ୍ରଶ୍ନପତ୍ର ବିକା ହେଉଛି, ଚାକିରି ପାଇଁ ଲକ୍ଷାଧିକ ଟଙ୍କା ଦବାନବା ହେଉଛି ।
ଆପଣଙ୍କର ମନେଥିବ, ୨୦୨୧ ଜୁଲାଇରେ ଓଏସଏସସି ସଭ୍ୟଙ୍କର ବ୍ୟକ୍ତିଗତ ସଚିବ ବିରଂଚି ନାରାୟଣ ସାହୁଙ୍କୁ ଧରିଥିଲା ଭିଜିଲାନ୍ସ । ତାଙ୍କର ଅମାପ ଧନ ଖୋଳତାଡ଼ କରିବାରୁ ଚାକିରି ନିଲାମ ମାମଲା ସାମ୍ନାକୁ ଆସିଥିଲା । ଉପର ଅଧିକାରୀଙ୍କ ବିନା ଅନୁମତିରେ ବିରଂଚି ବେଆଇନ କାମ କରୁଥିବେ ବୋଲି ଅଧିକାଂଶ ଲୋକ ବିଶ୍ୱାସ କଲେନାହିଁ । ଘଟଣାଟିକୁ ଖେଳାଇଲେ ନବୀନ ସରକାରଙ୍କର ରହସ୍ୟ ଧରାପଡ଼ିଯିବ, ତେଣୁ ତାକୁ ଚାପି ଦିଆଗଲା । ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଜାଣତରେ ମାଳମାଳ ବିରଂଚିି ପରୀକ୍ଷା ନିଲାମମ କରି କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି । ପାଣ୍ଡିଆନ ଭଳି ହଜାର ହଜାର ଅଧିକାରୀ ନେପଥ୍ୟରେ ରହି ସବୁ ଘଟଣାର ଖଳନାୟକ ସାଜିଛନ୍ତି ।