ସିନ୍ଦୁକରେ ଅଳସ ଭାଙ୍ଗୁଥିବା ଟଙ୍କା ଯଦି ଦୁଇଗୁଣ ହୋଇଯିବ; ଆପଣ ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ହୋଇଯିବେ ନା? ନଭେମ୍ବର ୨୯ ତାରିଖ ଦିନ ସୁନାଦର ୧୦ ଗ୍ରାମ୍ ପିଛା ୬୨ ହଜାର ୭୭୫ ଟଙ୍କାକୁ ଛୁଇଁଛି ଯାହା ଏ ଯାବତ୍ ସର୍ବକାଳୀନ ରେକର୍ଡ । ବୁଧବାର ସୁନା ଦରରେ ଭରି ପିଛା ୮୬୨ ଟଙ୍କା ବଢ଼ିଛି ।
୨୦୧୮ ମସିହାରେ ସୁନା ଭରି ମୂଲ୍ୟ ଯାହା ଥିଲା, ସମୟ ସୁଅରେ ତାହା ଆଜି ଦୁଇଗୁଣ ବଢ଼ିଯାଇଛି । ରୂପା କିଲୋ ପିଛା ୭୫ ହଜାର ୭୫୦ ଟଙ୍କା ହୋଇଛି ।
ସୂଚନାଯୋଗ୍ୟ, ୨୪ କ୍ୟାରେଟ୍ ସୁନା ଭରି (୧୦ ଗ୍ରାମ) ୬୨ ହଜାର ଟଙ୍କା ୭୭୫ ଟଙ୍କା ରହିଛି । ତେବେ ଭାରତର ବିଭିନ୍ନ ରାଜ୍ୟରେ ତା’ର ଦର ୧୦୦୦ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ପରିବର୍ତନ ହୋଇପାରେ ।