ଗାନ୍ଧୀନଗର: ଗୁଜରାଟର ବଡୋଦାରାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ହରଣୀ ହ୍ରଦରେ ଗୋଟିଏ ଡଙ୍ଗା ବୁଡ଼ିଯିବା ଫଳରେ ଏକ ଘରୋଇ ବିଦ୍ୟାଳୟର ୧୨ ଜଣ ଛାତ୍ର ଓ ୨ ଜଣ ଶିକ୍ଷକ ପ୍ରାଣ ହରାଇଛନ୍ତି । ବିନା ଲାଇଫ ଜାକେଟରେ ପ୍ରାୟ ୨୭ ଜଣ ଛାତ୍ର ଓ ଶିକ୍ଷକ ଉକ୍ତ ଡଙ୍ଗାରେ ବସି ହ୍ରଦରେ ବୁଲୁଥିଲେ ।
ବୁଡ଼ି ଯାଇଥିବା ନିେୀଖାଜ ଛାତ୍ରଙ୍କୁ ତଲାସ କରୁଛି ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଟିମ୍ । ଗୁଜରାଟ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ‘ବଡୋଦାରା ହରଣୀ ହ୍ରଦରେ ଡଙ୍ଗା ଓଲଟି ପଡ଼ିବା କାରଣରୁ ପ୍ରାଣ ହରାଇଥିବା ଶିକ୍ଷକ ଓ ଛାତ୍ରଙ୍କ ମୃତ୍ୟୁ ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ଜୀବନ ହରାଇଥିବା ଛାତ୍ରଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି । ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି । ଈଶ୍ୱର ସେମାନଙ୍କୁ ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ।’