ଭିଜିଲାନ୍ସ କବଳରେ ଜଳସଂପଦ ଯନ୍ତ୍ରୀ ସଂଜୟ

ଭୁବନେଶ୍ୱର: ମାଲକାନଗିରି ଜଳସଂପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ମହାନ୍ତିଙ୍କ ନିକଟରୁ ଆୟ ବହିର୍ଭୂତ ସଂପତି ଠାବ କରିଛି ଭିଜିଲାନ୍ସ ।

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଓ ତା’ର ଆଖପାଖ ଅଂଚଳରେ ପ୍ରାୟ ୧୧ଟି ଜମି ଠାବ କରାଯାଇଛି । ଜଳେଶ୍ୱରର ଦେଉଳି ପଂଚୁଘାଂଟରେ ତିନିମହଲା କୋଠା, ରଘୁନାଥପୁର ଗ୍ରୀନ ହୋମ୍ସ ଆପାର୍ଟମେଂଟରେ ଗୋଟିଏ ଫ୍ଲାଟ୍‌ ରହିଛି ।

ଜେଇ ସଂଜୟଙ୍କ ଘରୁ ନଗଦ ୧ ଲକ୍ଷ ୪୩ ହଜାର ଟଙ୍କା ଜବତ କରାଯାଇଛି । ଏକାଧିକ ବ୍ୟାଙ୍କରେ ସ୍ଥାୟୀ ଜମା, ପୋଷ୍ଟାଲ, ବୀମା ଓ ଅନ୍ୟାନ୍ୟ ସ୍ଥାନରେ ଟଙ୍କା ରଖିଛନ୍ତି । ସଂଜୟ ଗୋଟିଏ ଚାରିଚକିଆ ଓ ଦୁଇଟି ବାଇକ ଚଳାନ୍ତି ।