ଭୁବନେଶ୍ୱର: ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ରାଜନୈତିକ ଦଳ ଶିକ୍ଷିତ ବେରୋଜଗାର ଯୁବଗୋଷ୍ଠୀଙ୍କୁ ମନାଇବା ପାଇଁ ନାନା ଲୋଭନୀୟ ଘୋଷଣା କରୁଛନ୍ତି । ତା’ ଭିତରୁ ପ୍ରତି ପଂଚାୟତରେ ଜଣେ ଆକାଉଟାଂଟ କମ୍ ଡାଟା ଏଂଟ୍ରି ଅପରେଟର ନିଯୁକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ନେଇଛି ।
କ୍ୟାବିନେଟ୍ ବୈଠକରେ ରାଜ୍ୟ ପଂଚାୟତ ସ୍ତରରେ ୭୧୪୨ ଆକାଉଟାଂଟ କମ୍ ଡାଟା ଏଂଟ୍ରି ଅପରେଟର ପଦବୀ ସୃଷ୍ଟି କରାଯାଇଛି ।
ଉକ୍ତ ପଦବୀଗୁଡ଼ିକ ସ୍ଥାୟୀ କି ଠିକା ନିଯୁକ୍ତି; ତାହା ସରକାର ସ୍ପଷ୍ଟ କରିନାହାନ୍ତି । ରାଜ୍ୟରେ ଶିକ୍ଷିତ ଅର୍ଦ୍ଧଶିକ୍ଷିତ ବେରୋଜଗାର ଯୁବକ ଯୁବତୀଙ୍କ ସଂଖ୍ୟା ୭୦ ଲକ୍ଷ ଟପିଲାଣି ।
ସୂଚନା ମୁତାବକ, ଘୋଷିତ ପଦବୀ ଭିତରୁ ୩୦ ପ୍ରତିଶତରେ ପଂଚାୟତ ସ୍ତରରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକଙ୍କୁ ନିଯୁକ୍ତ କରାଯିବ । ଅବଶିଷ୍ଟ ୭୦ ଭାଗ ପଦବୀକୁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ନିଯୁକ୍ତ କରିବେ ।