ଗାଡ଼ିରେ କଳାକାଚ ଅବା ବ୍ଲାକ୍ଫିଲ୍ମ ଲଗାଇଲେ, ୫୦୦୦ ଟଙ୍କା ଜରିମାନା, ୬ ମାସ ଜେଲ

ଭୁବନେଶ୍ୱର: ଗାଡ଼ିରେ କଳାକାଚ ଅବା କଳାଫିଲ୍ମ ଲଗାଇ ରାସ୍ତାରେ ଯାଉଥିଲେ, ଆପଣଙ୍କୁ ୫୦୦୦ ଟଙ୍କା ଜରିମାନା ଓ ୬ ମାସ ଜେଲରେ ରହିବାକୁ ପଡ଼ିପାରେ ।  ପୁଲିସ କମିଶନର ସଂଜୀବ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ କଟକ-ଭୁବନେଶ୍ୱର ମହାନଗରରେ କଡ଼ା ଚେକିଂ ଆରମ୍ଭ ହୋଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଫଳରେ ବେଶ କିଛିଦିନ ଧରି ଚାରିଚକିଆରେ ବ୍ଲାକ୍‌ ଫିଲ୍ମ ଦେଖିବାକୁ ମିଳୁଥିଲା ।

ମଙ୍ଗଳବାରଠାରୁ ବ୍ଲାକ୍‌ ଫିଲ୍ମ ଚେକିଂ ଆରମ୍ଭ ହୋଇଛି । ନିର୍ବାଚନ ଥିବାରୁ ଗାଡ଼ିରେ କଳାକାଚ, ଘନ ଫିଲ୍ମ ଲଗାଇ ଟଙ୍କା ନେବାଆଣିବା ଆଶଙ୍କା କରାଯାଉଛି ।