ପିଲା ହାତୀର ପାଣି ପ୍ରେମ, ଦେଖନ୍ତୁ ଭିଡିଓ…

ବେଙ୍ଗାଲୁରୁ: ନିଜର ନାମକରଣ ଉତ୍ସବରେ ପାଣିରେ ମନଭରି ନାଚିଲା ଛୁଆ ହାତୀ। କର୍ଣ୍ଣାଟକର ଧର୍ମସ୍ଥଳରେ ଥିବା ଶ୍ରୀ ମଞ୍ଜୁନାଥ ସ୍ୱାମୀ ମନ୍ଦିର ପ୍ରାଙ୍ଗଣରେ ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଚଳିତ ବର୍ଷ ଜୁଲାଇ ୧ରେ ଜନ୍ମ ହୋଇଥିବା ଏକ ଛୁଆ ହାତୀର ନାମକରଣ ପାଇଁ ଆଜି ମନ୍ଦିରରେ ଉତ୍ସବର ଆୟୋଜନ ହୋଇଥିଲା। ହାତୀଟିର ନାଁ ଶିବାନୀ ରଖାଯାଇଥିବା ମନ୍ଦିର କର୍ତ୍ତୃପକ୍ଷ ଜଣାଇଛନ୍ତି। ତେବେ ହାତୀ ଛୁଆଟି ପାଣିରେ ଖେଳିବାକୁ ବେଶ ପସନ୍ଦ କରୁଥିବାରୁ ତା ପାଇଁ ଏକ ବାଥ୍ ଟବର ବନ୍ଦୋବସ୍ତ କରାଯାଇଥିଲା। ଏଥିରେ ନାଚି, ଖେଳି ଭରପୁର ମନୋରଞ୍ଜନ ଉଠାଇଥିଲା ଶିବାନୀ। ଉପସ୍ଥିତ ଲୋକେ ବି ଏହାକୁ ଉପଭୋଗ କରିଥିଲେ।