ବାରିପଦା: ମୟୂରଭଞ୍ଜର ସାଂସ୍କୃତିକ ଐତିହ୍ୟ ଓ କ୍ରୀଡ଼ା ପରମ୍ପରାକୁ ଆଗକୁ ନେବା ପାଇଁ ଫିଉଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଏବଂ ମୟୂରଭଞ୍ଜ ଫାଉଣ୍ଡେସନ୍ ମିଳିତ ଆନୁକୂଲ୍ୟରେ ଗ୍ରୀଷ୍ମକାଳୀନ ଧନୁର୍ବିଦ୍ୟା ଶିବିର ଆୟୋଜିତ ହୋଇଯାଇଛି। ର ବାରିପଦାର ବେଲଗଡ଼ିଆ ପ୍ୟାଲେସ ପରିସରରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଫାଉଣ୍ଡେସନ୍ ଅଧ୍ୟକ୍ଷା ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଏବଂ ସମ୍ମାନିତ ଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରକୁ ଉଦଘାଟନ କରିବା ସହ ଶିବିର ସଫଳତା କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡଃ ସୁଭାଶିଷ ନାୟକ, ଫିଉଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ଉପଦେଷ୍ଟା ଓ ପ୍ରତିଷ୍ଠାତା ପ୍ରମୁଖ ଉପସ୍ଥିତ ରହି ଶିବିରାର୍ଥୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ଶିବିରରେ ମୋଟ ୩୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଶିବିରର ପ୍ରଥମ ଦିନରେ ଅଭିଭାବକମାନଙ୍କର ଉତ୍ସାହଜନକ ଉପସ୍ଥିତି ଦେଖିବାକୁ ମିଳିଥିଲା ଓ ପିଲାମାନଙ୍କ ଧନୁର୍ବିଦ୍ୟା କଳାକୁ ପେଶାଦାର ସ୍ତରରେ ବିକଶିତ କରିବାରେ ଏହି ଶିବିର ସହାୟକ ହେବ ବୋଲି ଆଶାପୋଷଣ କରିଛନ୍ତି ଶୁଭଚିନ୍ତକ। ଶିବିରଟି ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପିଲାମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।