ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି-shaksi news

ନୂଆଦିଲ୍ଲୀ: ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପରିଚାଳନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଚିଠିରେ କୋଭିଡ ସ୍ଥିତିରେ ଜାତୀୟ ସ୍ତରରେ ଗାଇଡଲାଇନ ପାଇଁ କହିଛନ୍ତି । ବୋର୍ଡ ପରୀକ୍ଷା ପାଇଁ ଟାଇମ ଫ୍ରେମ ପ୍ରସ୍ତୁତ କରିବାକୁ ସେ ଲେଖିଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିବ ।

ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶାରେ ମାର୍ଚ୍ଚ ୧୭ରୁ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖାଯାଇଥିବା ବେଳେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ପର୍ଯ୍ୟନ୍ତ ଓଡ଼ିଶ‌ାରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖାଯାଇଛି। ଅନଲାଇନ ପାଠ ପଢ଼ାଇବାର ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ଛାତ୍ର-ଛାତ୍ରୀଙ୍କୁ ପଢ଼ାଇ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ସମ୍ଭବ ନୁହେଁ। ତେଣୁ ୨୦୨୦-୨୦୨୧ ବୋର୍ଡ ଓ ଏଚଏସଇ ପରୀକ୍ଷା ନେଇ କେନ୍ଦ୍ର ସ୍ପଷ୍ଟ କରୁ ବୋଲି ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

ସବୁ ଉଚ୍ଚତମ ଶିକ୍ଷା ଇଣ୍ଟରଲିଙ୍କ ଥିବାରୁ ଜାତୀୟ ଗାଇଡଲାଇନ୍ ହେବା ଜରୁରୀ । ଯାହା ରାଜ୍ୟକୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ।୨୦୨୦-୨୧ ବୋର୍ଡ ଓ ଏଚଏସଇ ପରୀକ୍ଷା ନେଇ କେନ୍ଦ୍ର ସ୍ୱଷ୍ଟ କରୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ।ଏହା ସହ ପରୀକ୍ଷା ତାରିଖ ଆସିଲେ ସେହି ଅନୁସାରେ ପ୍ରସ୍ତୁତ ହେବା ପାଇଁ ଅପେକ୍ଷା କରିଥିବା ଛାତ୍ର-ଛାତ୍ରୀଙ୍କୁ ମଧ୍ୟ ଏହା ସାହାଯ୍ୟ କରିବ।