ଦିଲ୍ଲୀରେ ଘନକୁହୁଡ଼ି: ବିମାନ ଓ ଟ୍ରେନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ ଘନକୁହୁଡ଼ିର ଆସ୍ତରଣ କାରଣରୁ ଟ୍ରେନ ସେବା ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ସଡ଼କ ଉପରେ ୨୫ ମିଟର ଦୂରତାରୁ କିଛି ଦିଶୁନି । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୁଧବାର ସକାଳେ ଦିଲ୍ଲୀ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ଦେଖାଯାଇଛି ।

ଟ୍ରେନ ଟ୍ରାକ୍‌ ଓ ବିମାନ ଉଡ଼ାଣ ରାସ୍ତା ଦିଶୁ ନଥିବାରୁ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି । ବିଶେଷ କରି ଉତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ବହିବା ପରଠାରୁ ଦିଲ୍ଲୀରେ ଶୀତ ପ୍ରକୋପ ବୃଦ୍ଧି ପାଇଛି ।

ଦିଲ୍ଲୀର ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀ ଓ ସର୍ବାଧିକ ୧୭ ଡିଗ୍ରୀ ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆହୁରି ଦୁଇଦିନ ଧରି ଦିଲ୍ଲୀ ଘନ କୁହୁଡ଼ି କବଳରେ ରହିବ ।